fbpx

ଉତ୍ତମ ଶରୀର ଓ ସମୃଦ୍ଧ ଜୀବନ ପାଇଁ ପ୍ରତିଦିନ କରନ୍ତୁ ଯୋଗ

ନୁଆଦିଲ୍ଲୀ: ଆଜି ହେଉଛି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । କରୋନା ମହାମାରୀ ହେତୁ ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ ଅନଲାଇନରେ ପାଳନ କରାଯିବ । ଯୋଗ ଶରୀର ଏବଂ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । କରୋନା ଅବଧିରେ, ଲୋକମାନେ ମାନସିକ ଚାପ ଏବଂ ଉଦାସୀନତାର ଶିକାର ହେଉଛନ୍ତି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଘରେ ରହି ଯୋଗ କରିବାକୁ ଚଳିତ ବର୍ଷ ଆହ୍ୱାନ କରାଯାଉଛି । ଯୋଗ ଦ୍ୱାରା ମାନସିକ ଅଶାନ୍ତି ଓ ଚପରୁ ମୁକ୍ତି ମିଳିଥାଏ ।

ତେବେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୧୫ ଠାରୁ ସର୍ବଭାରତୀୟ ସ୍ତରରେ ଏହା ଆରମ୍ଭ ହୋଇଥିଲା । ଶରୀରର କ୍ରିୟାଶୀଳତାରେ ବୃଦ୍ଧି ଏବଂ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଯୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଗ ଶବ୍ଦ ସଂସ୍କୃତ ଶବ୍ଦ ‘ୟୁଜ୍’ ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି ବ୍ୟକ୍ତିଗତ ଚେତନା । ଯୋଗର ଇତିହାସ ୨୬ ହଜାର ବର୍ଷ ପୁରୁଣା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଆରମ୍ଭ କରିଥିଲେ । ୨୦୧୪ ରେ, ସେପ୍ଟେମ୍ବର ୨୭ ରେ ମିଳିତ ଜାତିସଂଘ ସାଧାରଣ ସଭାର ଭାଷଣରେ ପିଏମ ମୋଦୀଙ୍କ ଅପିଲ୍ ପରେ ଆମେରିକା ଏହାକୁ ପାଳନ କରିବା ପାଇଁ ଏକ ସଂକଳ୍ପ ପାରିତ ପାରିତ କରିଯାଇଥିଲା । ତାପରେ ପ୍ରାୟ ୯୦ ଦିନ ମଧ୍ୟରେ, ୧୭୭ ଟି ଦେଶରେ ଆନ୍ତର୍ଜାତୀୟ ଯୋଗ ଦିବସର ସଂକଳ୍ପ ପାରିତ ହେଲା ।

ତେବେ ଆସନ୍ତାକାଲି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦିବସ ପାଳନ କରି ଭାରତବାସୀଙ୍କୁ ସମ୍ବୋଧନ କରିବେ । ତାଙ୍କ ସହିତ ୧୫ ଜଣ ଯୋଗଗୁରୁ ମଧ୍ୟ ସାମିଲ ହେବେ । ଯୋଗର ବିଭିନ୍ନ ମୁଦ୍ରା ସେମାନେ ଶିଖାଇବା ସହିତ ଶରୀରକୁ ଯୋଗ ଦ୍ୱାରା କିପରି ଲାଭ ମିଳିଥାଏ ତାହା ବ୍ୟାଖ୍ୟା କରିବେ ।

Get real time updates directly on you device, subscribe now.