iPhone ଲଭର୍ସଙ୍କ ପାଇଁ ଦୁଃଖ ଖବର, iPhone SE 4ର ମୂଲ୍ୟ ଅଧିକ ହେବ, ରିପୋର୍ଟରୁ ଖୁଲାସା
ନୂଆ ଆଇଫୋନ ପାଇଁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଖରାପ ଖବର ରହିଛି। iPhone SE 4ର ମୂଲ୍ୟ ଅଧିକ ରହିବ। ଆସନ୍ତୁ ଜାଣିବା ଏହି ବିଷୟରେ..
ନୂଆଦିଲ୍ଲୀ: ଯଦି ଆପଣ ଆପେଲର ସବୁଠୁ ଶସ୍ତା ଫୋନ iPhone SE 4ର ଅପେକ୍ଷା କରିଥିଲେ, ତେବେ ଏହା ଆପଣଙ୍କ ପାଇଁ ଦୁଃଖ ଖବର। ଏକ ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ, ଅପକମିଙ୍ଗ ଆଇଫୋନର ପ୍ରାଇସ ପୂର୍ବ ମଡେଲର ଲଞ୍ଚ ପ୍ରାଇସ ଠାରୁ ଅଧିକ ରହିବ।
କିନ୍ତୁ ଏଥର କମ୍ପାନୀ ଏହି ଡିଭାଇସରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଆସନ୍ତୁ ଜାଣିବା..
iPhone SE 4ର ମୂଲ୍ୟ କେତେ ରହିବ: ଦକ୍ଷିଣ କୋରିଆଇ ବ୍ଲଗ ପୋଷ୍ଟ ଅନୁସାରେ, iPhone SE 4ର ମୂଲ୍ୟ ଏଥର KRW 8,00,000 ଅର୍ଥାତ ହାରାହାରି ୪୬ ହଜାର ଟଙ୍କାରୁ ଅଧିକ ରହିବାର ସମ୍ଭାବନା ରହିଛି। ବିଶ୍ୱ ସ୍ତରରେ ଫୋନ ମୂଲ୍ୟ $500 ଅର୍ଥାତ ହାରାହାରି ୪୩ ହଜାରରୁ କମ ରହିବାର ଆଶା ରହିଛି। ତେବେ ଲିକ୍ସ ଅନୁସାରେ, ଏହାର ମୂଲ୍ୟ $499 ଅର୍ଥାତ ୪୩ ହଜାର ଟଙ୍କା ଏବଂ $549 ହାରାହାରି ୪୭ ହଜାର ଟଙ୍କା ମଧ୍ୟରେ ରହିବ।
ଏହା iPhone SE 3ର ଲଞ୍ଚ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି, ଯାହା ଭାରତରେ $429 ବା ୪୩ ହଜାର ୯୦୦ ଟଙ୍କାରେ ଲଞ୍ଚ କରାଯାଇଥିଲା। କିଛି ମାସ ପରେ SE 3ର ଭାରତୀୟ ମୂଲ୍ୟ ବଢି ୪୯ ହଜାର ୯୦୦ ଟଙ୍କା ହୋଇଯାଇଥିଲା।