fbpx

IPL 2022: ଗୁଜରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କରିବେ ଓପନିଂ ! ଶୁଭମାନ ଗିଲ୍ ଦେଲେ ସଙ୍କେତ

ମୁମ୍ବାଇ : ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏଥର ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ନୂତନ ଭୂମିକାରେ ନଜର ଆସିବେ । ସମସ୍ତ କ୍ରିକେଟପ୍ରେମୀ ଜାଣିଛନ୍ତି ଯେ, ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । କିନ୍ତୁ ତାଙ୍କୁ ଆଉ ଏକ ଭିନ୍ନ ରୂପରେ ଦର୍ଶକ ଦେଖିବାକୁ ପାଇ ପାରନ୍ତି ।

ଗୁଜରାଟ ଦଳର ଯୁବ ଓପନର ଶୁଭମାନ ଗିଲ କହିଛନ୍ତି, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏଥର କିଛି ଭିନ୍ନ ଅବତାରରେ ନଜର ଆସିବେ । ହାର୍ଦ୍ଦିକ ଏଥର ଶୁଭମାନଙ୍କ ସହ ଓପନିଂ କରି ପାରନ୍ତି । ହାର୍ଦ୍ଦିକୁ ଏ ପର୍ଯ୍ୟନ୍ତ ମଧ୍ୟ କ୍ରମରେ ବ୍ୟାଟିଂ କରୁଥିଲେ । ଯଦି ଏମିତି ହୁଏ ତେବେ ଗୁଜରାଟ ଦଳ ପାଇଁ ଏହା କେତେ ଫଳପ୍ରଦ ରହିବ ତାହା ଆଇପିଏଲ ଆରମ୍ଭ ହେବା ପରେ ଜଣା ପଡିବ ।

 

କ୍ୱାରେଣ୍ଟାଇନ ପରେ ଶୁଭମାନ ଗିଲଙ୍କୁ ଗୁଜରାଟ ଦଳ ଜୋରଦାର ସ୍ୱାଗତ କରିଛି । ସେ ସାଥୀ ଖେଳାଳିଙ୍କ ସହ ଝାଳବୁହା ଅଭ୍ୟାସ କରିଛନ୍ତି । ଗୁଜରାଟ ଫ୍ରାଞ୍ଚାଇଜି ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ସେୟାର କରିଛି । ୫୩ ସେକେଣ୍ଡର ଏହି ଭିଡିଓରେ ଶୁଭମାନ ନିଜର ସ୍ୱାଗତ, ଦଳ ପ୍ରବନ୍ଧକ ଏବଂ ଅଭ୍ୟାସ ସେସନକୁ ନେଇ ଆଲୋଚନା କରୁଛନ୍ତି । ସେ କହିଛନ୍ତି କ୍ୱାରେଣ୍ଟାଇନରୁ ବାହାରିବା ଏବଂ ଦଳରେ ଯୋଗ ଦେଇ ଅଭ୍ୟାସ କରିବା ବହୁତ ସୁଖଦ ଅନୁଭୂମି ରହିଛି । ପୂରା ଦଳ ମୋର ଭଲ ସ୍ୱାଗତ କରିଛି ବୋଲି ଗିଲ୍ କହିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତାକାଲି ଅର୍ଥାତ ଶନିବାରଠୁ ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଉପବିଜେତା କୋଲକାତା ନାଇଟ୍ ରାଇଡର୍ସ(କେକେଆର) । ତେବେ ଗୁଜରାଟ ଟାଇଟନ୍ସ ନିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୮ରେ ଲଖନଉ ସୁପର ଜାୟଣ୍ଟସ ବିରୋଧରେ ଖେଳିବ । ଆଇପିଏଲରେ ଏହା ହେଉଛନ୍ତି ଦୁଇ ନୂତନ ଦଳ ।

 

Get real time updates directly on you device, subscribe now.