fbpx

ସବ୍ସକ୍ରିପସନ ପାଇଁ ଖୋଲିଲା ଏହି କମ୍ପାନୀର IPO, ଜାଣନ୍ତୁ କେତେ ଟଙ୍କା GMPରେ କରୁଛି ଟ୍ରେଡ୍

ନୂଆଦିଲ୍ଲୀ: ଆଇଟି ସଲ୍ୟୁସନ୍ସ ପ୍ରୋଭାଇଡର କମ୍ପାନୀ ଓରିଏଣ୍ଟ ଟେକ୍ନୋଲୋଜିସର IPO ଆଜି ସବକ୍ରିପସନ୍ ପାଇଁ ଖୋଲୁଛି । ଅଗଷ୍ଟ ୨୧କୁ ଖୋଲୁଥିବା ଏହି IPO ଅଗଷ୍ଟ ୨୩କୁ ବନ୍ଦ ହେବ । ଏହା ଏକ ମେନବୋର୍ଡ଼ IPO ଯାହା ଅଧିନରେ କମ୍ପାନୀ ୨୧୪.୭୬ କୋଟି ଟଙ୍କା ସଂଗ୍ରହ କରିବ । କମ୍ପାନୀ IPO  ଅଧିନରେ ମୋଟ୍ ୧. ୦୪, ୨୫, ୨୪୩ ଶେୟାର ଜାରି କରିବ । ଏଥିରୁ ୧୨୦କୋଟି ମୂଲ୍ୟର ୫୮, ୨୫, ୨୪୩ ନୂଆ ଶେୟାର ଜାରି କରାଯିବ ଏବଂ ୯୪.୭୬ କୋଟି ଟଙ୍କାର ୪୬, ୦୦, ୦୦୦ ଶେୟାର କମ୍ପାନୀର ପ୍ରମୋଟର ଦ୍ୱାରା OFS ମାଧ୍ୟମରେ ଜାରି କରାଯିବ ।

ରିଟେଲ ନିବେଶକଙ୍କ ପାଇଁ କେତେ ରହିବ ନିବେଶ ରାଶି ?

ଓରିଏଣ୍ଟ ଟେକ୍ନୋଲୋଜିସ୍ ନିଜ ଆଇପିଓ ଅନ୍ତର୍ଗତ ପ୍ରତ୍ୟେକ ଶେୟାର ପାଇଁ ୧୯୫ ଟଙ୍କାରୁ ୨୦୬ ଟଙ୍କାର ପର୍ଯ୍ୟନ୍ତ ପ୍ରାଇଜ୍ ବ୍ୟାଣ୍ଡ୍ ନିଶ୍ଚିତ କରିଛି । IPO ପାଇଁ ସବସ୍କ୍ରାଇବ କରୁଥିବା ରିଟେଲ ନିବେଷକଙ୍କୁ ଗୋଟିଏ ଲଟରେ ଅତିକମରେ ୧୪ ହଜାର ୮୩୨ ଟଙ୍କା ନିବେଷ କରିବାକୁ ପଡ଼ିବ । ଏହି ପରିମାଣରେ ସେମାନଙ୍କୁ ୭୨ଟି ଶେୟାର ଦିଆଯିବ । ଏହା ବ୍ୟତୀତ ରିଟେଲ ନିବେଶକମାନେ ଏହି ଆଇପିଓ ଅଧୀନରେ ସର୍ବାଧିକ ୧, ୯୨, ୮୧୬ ଟଙ୍କା ନବେଶ କରିପାରିବେ ।
ସେମାନଙ୍କୁ ଏହି ନିବେଶରେ ୧୩ଟି ଲଟ୍ ମିଳିବ ଯେଉଁଥିରେ ମୋଟ୍ ୯୩୬ ଶେୟାର ରହିବ ।

ଓରିଏଣ୍ଟ ଟେକ୍ନୋଲୋଜିସର IPO ଖୋଲିବା ପୂର୍ବରୁ ନିବେଶକଙ୍କୁ ଉତ୍ତମ ସପୋର୍ଟ ମିଳୁଥିବା ଦେଖାଦେଇଛି । ଗ୍ରେ ମାର୍କେଟରେ କମ୍ପାନୀର ଆଇପିଓକୁ ନେଇ ଚର୍ଚ୍ଚା ରହିଛି । ଗ୍ରେ ମାର୍କେଟ୍ ପ୍ରିମିୟମ(GMP)ଟ୍ରାକ୍ କରୁଥିବା ୱେବସାଇଟ୍ ଅନୁଯାୟୀ ଆଜି ଓରିଏଣ୍ଟ ଟେକ୍ନୋଲୋଜିସର ଶେୟାର ୫୫ ଟଙ୍କା GMP ସହ ଟ୍ରେଡ୍ କରୁଛି ।

ଅପରପକ୍ଷରେ ଓଚଙ ବନ୍ଦ ହେବା ପରେ ଅଗଷ୍ଟ ୨୬(ସୋମବାର) ଶେୟାର ଆଲଟମେଣ୍ଟ କରାଯିବ । ଅଗଷ୍ଟ ୨୭କୁ ନିବେଶକଙ୍କ ଡିମାଟ୍ ଆକାଉଣ୍ଟରେ ଶେୟାର କ୍ରେଡିଟ୍ ହେବ । ସେହିପରି ଅଗଷ୍ଟ ୨୮ରେ ଶେୟାର ବଜାରରେ କମ୍ପାନୀର ଲିଷ୍ଟିଂ ହୋଇପାରେ । ପ୍ରମୁଖ ମାର୍କେଟ ଏକ୍ସଚେଞ୍ଜ ଈଝଋ ଏବଂ ଘଝଋରେ ଓରିଏଣ୍ଟ ଟେକ୍ନୋଲୋଜିର ଶେୟାର ଟ୍ରେଡ୍ ହୋଇପାରେ ।

Get real time updates directly on you device, subscribe now.