IRCTC ର ନୂଆ AI ସର୍ଭିସ: ଟ୍ରେନ ଟିକେଟ ବୁକ୍ କରିବା ହେଲା ସହଜ, ଏବେ କହିଲେ ହେବ କାମ

ନୂଆଦିଲ୍ଲୀ: IRCTC ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀଙ୍କ ପାଇଁ ଟିକେଟ ବୁକିଂକୁ ସହଜ କରିଛି। ବର୍ତ୍ତମାନ ବିନା ଟାଇପ କରି ଏବଂ ଲାଇନରେ ଛିଡା ନହୋଇ ମଧ୍ୟ ରେଲୱେ ଟିକେଟ କରାଯାଇପାରିବ। ଏତିକି ନୁହେଁ, IRCTC ଜରିଆରେ ୟୁଜର୍ସ କହିକି ଅନଲାଇନ ପେମେଣ୍ଟ ମଧ୍ୟ କରିପାରିବେ। ଏଥି ପାଇଁ ଭାରତୀୟ ରେଲୱେର ଟିକେଟ ବୁକିଂ ପ୍ଲାଟଫର୍ମ ,NPCI ସହିତ ସହଭାଗୀ ହୋଇଛି। IRCTC ର ଭର୍ଚୁଆଲ ଭଏସ ଆସିଷ୍ଟାଣ୍ଟ AskDISHAକୁ ଅପଗ୍ରେଡ କରାଯାଇଛି ଏବଂ ସେଥିରେ ଜେନେରେଟିଭ ଏଆଇ ବେସଡ ଫିଚର୍ସ ସାମିଲ କରାଯାଇଛି।

IRCTC, NPCI ଏବଂ CoRover ୟୁପିଆଇ ପେମେଣ୍ଟ ପାଇଁ Conversational Voice Payment ସର୍ଭିସ ଲଞ୍ଚ କରିଛି। ଭାରତୀୟ ରେଲୱେ ଏହି ନୂଆ ପେମେଣ୍ଟ ଗେଟୱେ ସର୍ଭିସକୁ ନିଜ IRCTC ପ୍ଲାଟଫର୍ମ ସହ ଇଣ୍ଟିଗ୍ରେଟ କରିଛି। ଯାତ୍ରୀ ରେଲୱେର ଟିକେଟ ବୁକ କରିବା ପାଇଁ ୟୁପିଆଇ ଆଇଡି ବା ନିଜ ମୋବାଇଲ ନମ୍ବର ଜାରି କରି ପେମେଣ୍ଟ କରିପାରିବେ। ଭାରତୀୟ ରେଲୱେର ଟିକେଟ ବୁକିଂ ପ୍ଲାଟଫର୍ମରେ ଯାତ୍ରୀ ବର୍ତ୍ତମାନ କଥା କହି ଟିକେଟ ବୁକିଂ କରିବା ସହ କ୍ୟାନ୍ସେଲସନ, PNR ଷ୍ଟେରର ଆଦି ସୂଚନା ମଧ୍ୟ ନେଇପାରିବେ।

IRCTCର ଏହି ନୂଆ ସର୍ଭିସ ଏଆଇ ଉପରେ ପର୍ଯ୍ୟବସିତ। ଭାରତୀୟ ରେଳ ଏଆଇ ଭର୍ଚୁଆଲ ଆସିଷ୍ଟାଣ୍ଟ AskDISHA କୁ ନୂଆ ଫିଚର୍ସରେ ଲେସ କରିଛି। ଯେପରି ଆପଣ IRCTC ର ୱେବସାଇଟ ବା ଆପର AskDISHA ର ସାହାଯ୍ୟ ନେବେ, ଏହା ଆପଣଙ୍କୁ ନିଜ ଭଏସ କମାଣ୍ଡ ଜରିଆରେ ଟିକେଟ ବୁକ କରିବା ବା କ୍ୟାନ୍ସେଲ କରିବାର ଅପସନ ଦେବ। ଟିକେଟ ବୁକ କରିବା ପାଇଁ ବୋଡିଙ୍ଗ ଏବଂ ଡେଷ୍ଟିନେସନ ଷ୍ଟେସନ, ଟ୍ରେନ ନମ୍ବର, ଯାତ୍ରା ତାରିଖ, ଯାତ୍ରୀମାନଙ୍କ ନାମ ଆଦିର ଡିଟେଲ ଭରିବା ପରେ Conversational UPI Paymentର ଅପସନ ଚୟନ କରନ୍ତୁ।