fbpx

OpenAI ପକ୍ଷରୁ ବଡ଼ ଖୁଲାସା: ଭାରତର ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାକୁ ଏକ ଇସ୍ରାଏଲ ଫାର୍ମ ପ୍ରୟାସ କରିଥିଲା

Advertisement

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅର୍ଥାତ ଜୁନ ୧ ତାରିଖରେ ହେବ । ଏହାପରେ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । କିଏ ଜିତିବ ଆଉ କିଏ ସରକାର ଗଠନ କରିବ ସେନେଇ ସାରା ଦେଶରେ ଉତ୍ସୁକତାର ବାତାବରଣ ଭରିଯାଇଛି । ତେବେ ଏହା ପୂର୍ବରୁ ଆସିଛି ଏକ ବଡ଼ ଖବର । ଭାରତର ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାକୁ ଇସ୍ରାଏଲ ଫାର୍ମ ପ୍ରୟାସ କରିଥିବା ନେଇ ଓପନଏଆଇ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିସହିତ ଆଣ୍ଟି-ବିଜେପି ଏଜେଣ୍ଟ ଚଳାଯାଇଥିବା ମଧ୍ୟ କୁହାଯାଇଛି ।

ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାକୁ କିଛି କାର୍ଯ୍ୟକଳାପ ଚାଲିଥିଲା ବୋଲି ଆମେରିକା ସ୍ଥିତ କୃତ୍ରିମ ବୁଦ୍ଧିମତା କମ୍ପାନୀ ଓପନଏଆଇର ସିଇଓ ସାମ ଅଲଟମ୍ୟାନ କହିଛନ୍ତି । ଭାରତର ଲୋକସଭା ନିର୍ବାଚନରେ ମୁଖ୍ୟତଃ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଓ) ଓ ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱାଧୀନ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ଡିସେମ୍ବର ୪ରେ ନିର୍ବାଚନନଳ ଫଳାଫଳ ସାମ୍ନାକୁ ଆସିବ । ତେବେ ଏପ୍ରିଲ ମାସରେ ପୋଲିସଂ ଆରମ୍ଭ ହେବା ପରେ ନିର୍ବାଚନକୁ ବାଧା ସୃଷ୍ଟି କରିବାକୁ ଏକ ଇସ୍ରାଏଲ କମର୍ସିଆଲ କମ୍ପାନୀ ପ୍ରୟାସ କରିଥିଲା ବୋଲି ଓପନଏଆଇ ପକ୍ଷରୁ କୁହାଯାଇଛି ।

ତେବେ ଇସ୍ରାଏଲ କମ୍ପାନୀ ତରଫରୁ ଭାଜପା ବିରୋଧରେ ଆଲୋଚନା କରାଯିବା ସହିତ ବିରୋଧୀ କଂଗ୍ରେସକୁ ପ୍ରଶଂସା କରାଯାଇଥିବା ବୋଲି ରିପୋର୍ଟରେ କୁହାଯାଇଥିଲା । ଇସ୍ରାଏଲର ଏକ ପଲିଟିକାଲ କ୍ୟାମେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ ଷ୍ଟୋଇକ ଦ୍ୱାରା ଏହା ପରିଚାଳିତ ହୋଇଥିଲା ବୋଲି କୁହାଯାଇଛି । ତେବେ ଓପନଏଆଇର ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କରିଛନ୍ତି, ଭାରତର ରାଜନୈତିକ ଦଳ ବା ସେମାନଙ୍କ ଦ୍ୱାରା ସଞ୍ଚାଳିତ ଭୁଲ ସୂଚନା ଓ ବିଦେଶୀ ହସ୍ତକ୍ଷେପ ମାଧ୍ୟମରେ ଭାଜପାକୁ ଟାର୍ଗେଟ କରାଯାଉଛି । ଏହା ଦେଶର ଗଣତନ୍ତ୍ର ପାଇଁ ବେଶ୍ ବିପଜ୍ଜନକ ଅଟେ । ଭାରତ ଓ ଦେଶ ବାହାର ସ୍ୱାର୍ଥ ପାଇଁ ଏପରି ଏଜେଣ୍ଡା ଚାଲୁଛି । ଏହାର ଗଭୀର ଯାଞ୍ଚ ଓ ପର୍ଦ୍ଦାଫାଶ କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.