fbpx

ଭାରତୀୟ ବୈଜ୍ଞାନିକଙ୍କ କମାଲ, ISROର ଚନ୍ଦ୍ରଯାନ ୩ ମିଶନ ଟିମକୁ ମିଳିଲା L ‘Jack’ swigert Jr. Award

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ISRO) ପୁଣି ଥରେ ଭାରତକୁ ଗର୍ବାନ୍ୱିତ କରିଛି । ୨୦୨୩ ଅଗଷ୍ଟରେ ଚନ୍ଦ୍ରଯାନ ୩ର ସଫ୍ଟ ଲ୍ୟାଣ୍ଡି କରି ଇତିହାସ ରଚିଥିଲା ISRO । ଏହି ସଫଳତା ପରେ ବର୍ତ୍ତମାନ ଭାରତର ଓଝଜଙର ଚନ୍ଦ୍ରଯାନ ୩ ମିଶନ ଟିମକୁ ମହାକାଶା ଅନୁସନ୍ଧାନ ପାଇଁ ସମ୍ମାନଜନକ L ‘Jack’ swigert Jr Award ୨୦୨୪ରେ ସମ୍ମାନିତ କରାଯାଇଛି । କୋଲୋରାଡୋ Annual Space Symposium ଉତ୍ସବରେ ଭାରତର Consul General in Houston, ଡି ସି ମଞ୍ଜନାଥ ISRO ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହା ଆମେରିକା ସ୍ଥିତ ସ୍ପେସ୍ ଫାଉଣ୍ଡେସନର ଶୀର୍ଷ ପୁରସ୍କାର ।

ସ୍ପେସ୍ ଫାଉଣ୍ଡେସନ୍ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି, ‘ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଅବତରଣ କରିଥିବା ଦେଶ ଭାବରେ ଇସରୋର ମିଶନ ଚନ୍ଦ୍ରଯାନ ୩ ଅନ୍ତରୀକ୍ଷ ଅନୁସନ୍ଧାନ ଆକାଂକ୍ଷାକୁ ବୁଝିବା ଏବଂ ସହଯୋଗ ପାଇଁ ନୂତନ କ୍ଷେତ୍ରକୁ ବିସ୍ତାର କରୁଛି । ଜାନୁଆରୀରେ ପୁରସ୍କାର ଘୋଷଣା ସମୟରେ ସ୍ପେସ୍ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ Heather Pringle କହିଥିଲେ, ‘ମହାକାଶରେ ଭାରତର ନେତୃତ୍ୱ ବିଶ୍ୱ ପାଇଁ ଏକ ପ୍ରେରଣା । ଚନ୍ଦ୍ରଯାନ ୩ ଦଳର ଅଗ୍ରଣୀ କାର୍ଯ୍ୟ ପୁଣି ଥରେ ଅନ୍ତରୀକ୍ଷ ଅନୁସନ୍ଧାନ ସ୍ତରରେ ବୃଦ୍ଧି କରିଛି । ସେମାନଙ୍କ ଦ୍ୱାରା ଉଲ୍ଲେଖନୀୟ ଚନ୍ଦ୍ର ଅବତରଣ ଆମ ସମସ୍ତଙ୍କ ପାଇଁ ଏକ ଆଦର୍ଶ । ଅଭିନନ୍ଦନ ଏବଂ ଆପଣ ପରବର୍ତ୍ତୀ ସମୟରେ କ’ଣ କରିବେ ଆମେ ଦେଖିବା ପାଇଁ ଅପେକ୍ଷା କରିପାରିବୁ ନାହିଁ! କହିରଖୁଛୁ ଭାରତ ପ୍ରଥମ ଦେଶ ଭାବରେ ମିଶନ ଚନ୍ଦ୍ରଯାନ ୩ ଅନ୍ତର୍ଗତ ଚନ୍ଦ୍ରମାର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡି କରି ଇତିହାର ରଚିଥିଲା ।

Get real time updates directly on you device, subscribe now.