fbpx

ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ Fumio Kishida, ଲଢ଼ିବେ ନାହିଁ ପାର୍ଟି ଅଧ୍ୟକ୍ଷ ନିର୍ବାଚନ, ଜାଣନ୍ତୁ କାରଣ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ସେପ୍ଟେମ୍ବରରେ ହେବାକୁ ଥିବା ପାର୍ଟି ଅଧ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିରଖୁଛୁ ୨୦୨୧ରେ ଶାସକ ଲିବେରାଲ ଡେମୋକ୍ରାଟିକ୍ ପାର୍ଟିର ଅଧ୍ୟକ୍ଷ ଭାବେ ସେ ନିଯୁକ୍ତ ହୋଇଥିଲେ । ସେପ୍ଟେମ୍ବରରେ ତାଙ୍କର ୩ ବର୍ଷର କାର୍ଯ୍ୟକାଳ ଶେଷ ହେଉଛି ।

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଛି । ଏନେଇ ଜାପାନ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଶାସକ ଲିବେରାଲ ଡେମୋକ୍ରାଟିକ୍ ପାର୍ଟି ଅନେକ ବିବାଦ ମଧ୍ୟରେ ଘେରା ହୋଇଛି । କିଶିଦାଙ୍କ କାର୍ଯ୍ୟକାଳ ସମୟରେ ଦଳର ଅନେକ ନେତା ଭ୍ରଷ୍ଟାଚାର ଏବଂ ଘୋଟାଲାରେ ସାମିଲ ହୋଇଥିବା ଘଟଣା ସାମ୍ନାକୁ ଆସିଛି ଯାହା ତାଙ୍କ ଲୋକପ୍ରିୟତା ସ୍ତର ୨୦ ପ୍ରତିଶତ ହ୍ରାସ କରିଛି । ଏହା ବ୍ୟତୀତ କିଶିଦା ସରକାରକୁ ଦଳର କିଛି ନେତା ବିରୋଧ କରୁଛନ୍ତି । ସେମାନଙ୍କ ଅନୁଯାୟୀ କିଶିଦା ସରକାରଙ୍କ ନେତୃତ୍ୱରେ ଆଗାମୀ ନିର୍ବାଚନ ଜିତିବା କଠିନ । ୟୁନିପିକେସନ୍ ଚର୍ଚ୍ଚ ସହ ଲିଙ୍କ୍ ଏବଂ ଗତ ଡିସେମ୍ବରରେ ରାଜନୈତିକ ପାଣ୍ଠିକୁ ନେଇ ବିବାଦ ଯୋଗୁଁ ଦଳର ବହୁତ କ୍ଷତି ହୋଇଥିଲା । ସେହିପରି କ୍ୟାବିନେଟରେ କିଶିଦାଙ୍କ ଆପ୍ରୁଭାଲ ରେଟିଂ ମଧ୍ୟ ହ୍ରାସ ହେବାରେ ଲାଗିଛି ।

Get real time updates directly on you device, subscribe now.