fbpx

JEE Advanced 2023: ଜାରି ହେଲା ସିଡ୍ୟୁଲ୍‌, ଏପ୍ରିଲ ୩୦ରୁ ଆରମ୍ଭ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଗୁଆହାଟି ଜେଇଇ ଆଡଭାନ୍ସଡ ୨୦୨୩ ତାରିଖ ପ୍ରକାଶ କରିଛି । ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ jeeadv.ac.in ରେ ଯାଇ ଏଥିପାଇଁ ଆବେଦନ କରିପାରିବେ । ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଯାଞ୍ଚ କରିପାରିବେ । ଜେଇଇ ଆଡଭାନ୍ସଡ ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ ୩୦, ୨୦୨୩ ରୁ ଆରମ୍ଭ ହେବ ଏବଂ ୪ ମଇ ୨୦୨୩ ରେ ଶେଷ ହେବ । ପଞ୍ଜୀକୃତ ପ୍ରାର୍ଥୀଙ୍କ ପାଇଁ ଫି ଦାଖଲ କରିବାର ଶେଷ ତାରିଖ ହେଉଛି ମେ ୫, ୨୦୨୩ ରହିଛି ।

ଏହି ପରୀକ୍ଷା ୪ ଜୁନ୍ ୨୦୨୩ ରେ ଆନୁଷ୍ଠିତ ହେବ । ପରୀକ୍ଷାରେ ପ୍ରତ୍ୟେକ ତିନି ଘଣ୍ଟା ଅବଧିର ଦୁଇଟି ପେପର୍ (ପେପର୍‌-୧ ଏବଂ ପେପେର୍‌-୨) ଥାଏ । ଉଭୟ ପେପର୍ ପାଇଁ ହାଜର ହେବା ବାଧ୍ୟତାମୂଳକ । ଏହି ପରୀକ୍ଷା ୪ ଜୁନ୍ ୨୦୨୩ ରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଏଥିରେ ବିଦେଶୀ ପ୍ରାର୍ଥୀଙ୍କ ପାଇଁ ପଞ୍ଜୀକରଣ ତାରିଖ ମଧ୍ୟ ପ୍ରକାଶ ପାଇଛି । ବିଦେଶୀ ପ୍ରାର୍ଥୀଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ ତାରିଖ ହେଉଛି ୨୪ ଏପ୍ରିଲ୍ ୨୦୨୩ । ଫର୍ମ ପୂରଣ କରିବାର ଶେଷ ଦିନ ୪ ମେ ୨୦୨୩ ରହିଛି । ଏଥି ସହିତ, ୫ ମଇ ୨୦୨୩ ପର୍ଯ୍ୟନ୍ତ, ଫିସ୍ ଦେବାକୁ ସମୟ ଦିଆଯିବ ।

ଜେଇଇ ଆଡଭାନ୍ସରେ ସଫଳ ହୋଇଥିବା ଛାତ୍ରମାନେ ଆଇଆଇଟିରେ ୟୁଜି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିଶନ ପାଇପାରିବେ । ସୂଚନା ଅନୁସାରେ ଜଣେ ବିଦ୍ୟାର୍ଥୀ ସର୍ବାଧିକ ଦୁଇ ବର୍ଷ ଜେଇଇ ଆଡଭାନ୍ସ ପରୀକ୍ଷା ଦେଇ ପାରିବେ ।

ଏହି ପରୀକ୍ଷା ପାଇଁ ଆଡଭାନ୍ସଡ ପେପର-୧ ସକାଳ ୯ ଟାରୁ ମଧ୍ୟାହ୍ନ ୧୨ ଟା ଏବଂ ପେପର-୨ ଅପରାହ୍ନ ୨:୩୦ ରୁ ୫:୫୦ ମଧ୍ୟରେ ଅନୁଷ୍ଠିତ ହେବ । ଏହାପରେ ଫଳାଫଳ ଘୋଷଣା ଏବଂ ଅନ୍ତିମ ଉତ୍ତର ତାଲିକା ଜୁନ୍ ୧୮ ରେ ସକାଳ ୧୦ ଟାରେ ପ୍ରକାଶ ପାଇବ ।

 

Get real time updates directly on you device, subscribe now.