fbpx

ସର୍ବୋଚ୍ଚ ସ୍ତରରେ ଝାରସୁଗୁଡା ପାରଦ; ଜାଣନ୍ତୁ ଭୁବନେଶ୍ୱର, ସମ୍ବଲପୁର ଓ ପୁରୀରେ ତାପମାତ୍ରା କେତେ

ଭୁବନେଶ୍ୱର : ଆଜି ପୁଣି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି । ଦିନ ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ୱର ରେ ୪୦.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ପଶ୍ଚିମ ଓଡିଶାର ଦୁଇଟି ଜିଲାରେ ତାପମାତ୍ରା ସର୍ବୋଚ୍ଚ ସ୍ତରରେ ରହିଛି । ଦିନ ସାଢେ ୨ଟାରେ ଝାରସୁଗୁଡାର ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ୍ ଥିବାବେଳେ ସମ୍ବଲପୁରରେ ୪୧.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ସେହିପରି ଚାନ୍ଦବାଲି ଓ ହୀରାକୁଦରେ ତାପମାତ୍ରା ୪୦ ଛୁଇଁଛି । ଉଭୟ ଜିଲ୍ଲାରେ ଦିନ ସାଢେ ଦୁଇଟା ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । କେନ୍ଦୁଝରରେ ୩୯.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଉଥିବା ବେଳେ ବାଲେଶ୍ୱରରେ ୩୮.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଥିଲା । ଗୋପାଳପୁରରେ ୩୪.୬ ଡିଗ୍ରୀ ସେଲସିୟସ୍ ଏବଂ ପୁରୀରେ ୩୪.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ପାରାଦ୍ୱୀପରେ ୩୨.୮ ଡିଗ୍ରୀ ସେଲସିୟସ ତାପମାତ୍ରା ଥିଲା ।

Get real time updates directly on you device, subscribe now.