fbpx

ମାତ୍ର ୯୫ ଟଙ୍କାରେ ମିଳୁଛି ସବୁଠାରୁ ଶସ୍ତା OTT ରିଚାର୍ଜ, ଜାଣନ୍ତୁ ଜିଓ, ଏୟାରଟେଲ ଏବଂ Vi ମଧ୍ୟରେ କେଉଁଟି ଭଲ

ନୂଆଦିଲ୍ଲୀ: ନିଜ ୟୁଜର୍ସଙ୍କୁ ପ୍ରିପେଡ ପ୍ଲାନ ସହ ଟେଲିକମ କମ୍ପନୀଗୁଡିକ ଏକ୍ସଟ୍ରା ବେନିଫିଟର ସବସ୍କ୍ରିପସନ ମଧ୍ୟ ଅଫର କରୁଛନ୍ତି। ଏହି ତାଲିକାରେ ଭାରତୀ ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ ଆଇଡିଆ ତିନୋଟି ସାମିଲ ଅଛନ୍ତି। ଏହି ତିନୋଟି କମ୍ପାନୀଗୁଡିକ ଫ୍ରୀ ଓଟିଟିର ଫାଇଦା ଦେଉଛନ୍ତି। ଖାସ କରି ମାତ୍ର ୯୫ ଟଙ୍କାର ପ୍ଲାନରେ ମଧ୍ୟ ଫ୍ରୀ ଓଟିଟି ବେନିଫିଟ ଅଫର କରାଯାଉଛି। ଆସନ୍ତୁ ଏହାକୁ ଡିଟେଲରେ ବୁଝିବା।

ଏୟାରଟେଲର ସବୁଠୁ ଶସ୍ତା ଫ୍ରୀ ଓଟିଟି: ଏୟାରଟେଲ ନିଜ ଡାଟା ପ୍ଲାନରେ ଏକ ମାସ ପାଇଁ ୨୨ରୁ ଅଧିକ ଓଟିଟି ସେବାଗୁଡିକର କଣ୍ଟେଣ୍ଟ ଦେଖିବାକୁ ଅପସନ ଦେଉଛି। ଏହି ପ୍ଲାନ ୧୪୯ ଟଙ୍କାର ଅଟେ ଏବଂ ଏଥିରେ ୧ଜିବି ଏକ୍ସଟ୍ରା, ଆକ୍ଟିଭ ପ୍ଲାନ ଯେତିକି ଭାଲିଡିଟୀ ସହ ମିଳିଥାଏ। ହେଲେ ଏଥିରେ କୌଣସି କଲିଙ୍ଗ ବା ଏସଏମଏସର ସୁବିଧା ମିଳିନଥାଏ। ଏହି ପ୍ଲାନ Airtel Xstream Play Premium ସବସ୍କ୍ରିପସନ ୩୦ ଦିନ ପାଇଁ ଅଫର କରିଥାଏ। ଏଥିରେ ୟୁଜର୍ସ ୨୨ରୁ ଅଧିକ ଓଟିଟିର କଣ୍ଟରଣ୍ଟ ଦେଖିପାରିବେ। ଏହି ତାଲିକାରେ SonyLiv, Lionsgate Play ଏବଂ SunNxt ମଧ୍ୟ ସାମିଲ ଅଛି।

ଏହା ଜିଓର ସବୁଠୁ ଶସ୍ତା ଫ୍ରୀ ଓଟିଟି ପ୍ଲାନ: ରିଲାଏନ୍ସ ଜିଓର ସବୁଠୁ ଶସ୍ତା ଓଟିଟିଟି ପ୍ଲାନ ମାତ୍ର ୧୭୫ ଟଙ୍କାର ଅଟେ ଏବଂ ଏଥିରେ ୧୦ଟି ଓଟିଟି ସେବାଗୁଡିକର କଣ୍ଟେଣ୍ଟ ଦେଖିବାକୁ ମିଳିଥାଏ ୟୁଜର୍ସଙ୍କୁ ଏହି ଡାଟା ଓନଲୀ ପ୍ଲାନରେ ୨୮ ଦିନର ଭ୍ୟାଲିଡିଟୀ ସହ ୧୦ ଜିବି ଏକ୍ସଟ୍ରା ଡାଟା ଅଫର କରାଯାଇଥାଏ। ଏଥିସହ ଏଥିରେ ଜିଓସିନେମା ପ୍ରିମିୟମ ଏବଂ ଜିଓ ଟିଭି ମୋବାଇଲ ଆପ ଜରିଆରେ ଓଟିଟି କଣ୍ଟେଣ୍ଟ ଦେଖିବାକୁ ମିଳିଥାଏ।

ଭୋଡାଫୋନ ଆଇଡିଆର ସବୁଠୁ ଶସ୍ତା ଫ୍ରୀ ଓଟିଟି ପ୍ଲାନ:ଜିଓ ଏବଂ ଏୟାରଟେଲ ଭଳି ଭୋଡାଫୋନ ଆଇଡିଆ ପକ୍ଷରୁ କେବଳ ୯୫ ଟଙ୍କାରେ ଓଟିଟିର ପ୍ଲାନ ଅଫର କରାଯାଉଛି। ଏହି ଡାଟା ଓନଲୀ ପ୍ଲାନ ଅଟେ ଏବଂ ଏଥିରେ ୧୪ ଦିନର ବୈଧତା ସହ ୪ ଜିବି ଏକ୍ସଟ୍ରା ଡାଟା ମିଳିଥାଏ। ଏଥିରେ ରିଚାର୍ଜକରିବାରେ ସୋନିଲାଇଭର ସବସ୍କ୍ରିପସନ ମିଳିଥାଏ। ଏହି ରିଚାର୍ଜ କଲିଙ୍ଗ ବା ଏସଏମଏସର ସୁବିଧା ମିଳିନଥାଏ।

Get real time updates directly on you device, subscribe now.