ଭାରତୀୟ ନୌସେନାରେ ସରକାରୀ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ନୌସେନାରେ ଫାର୍ମାସିଷ୍ଟ, ଫାୟାରମେନ୍ ଏବଂ ପେଷ୍ଟ କଣ୍ଟ୍ରୋଲ କର୍ମଚାରୀ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ଆବଦେନ ପାଇଁ ଶେଷ ତାରିଖ ୨୬ ଜୁନ୍ ପର୍ଯ୍ୟନ୍ତ ରହିଛି । ଏଥିପାଇଁ ଅଫଲାଇନ ଆବେଦନ କରିବାକୁ ହେବ ।
ନୌସେନା ଆବେଦନ ୨୦୨୨ ପଦ ବିବରଣୀ:
ଫାର୍ମାସିଷ୍ଟ-୧ ପଦବୀ
ଫାୟାରମେନ-୧୨୦ ପଦ
ପେଷ୍ଟ କଣ୍ଟ୍ରୋଲ- ୬ ପଦବୀ
ଯୋଗ୍ୟତ:
ଫାର୍ମାସିଷ୍ଟ- ୧୦ମ ପାସ ହୋଇଥିବା ଆବଶ୍ୟକ
ଫାୟାରମେନ- ୧୦ମ ପାସ ହେବା ସହ ଶାରୀରିକ ଭାବରେ ମଜବୁତ ହୋଇଥିବା ଆବଶ୍ୟକ । ଲମ୍ବ ୧୬୫ ସେଣ୍ଟିମିଟର ସର୍ବନିମ୍ନ ହୋଇଥିବା ଆବଶ୍ୟକ । ଆଇଏସଟି ମେମ୍ବରଙ୍କ ଲମ୍ବ ୨.୫ ସେଣ୍ଟିମିଟର ଛାଡ଼ ମିଳିବ । ଛାତି ୮୧.୫ ସେଣ୍ଟିମିଟର ଏବଂ ନିଶ୍ୱାସ ସହ ୮୫ ସେଣ୍ଟିମିଟର ହୋଇଥିବା ଆବଶ୍ୟକ । ଓଜନ ସର୍ବନିମ୍ନ ୫୦ କେଜି ହୋଇଥିବା ଆବଶ୍ୟକ ।
ପେଷ୍ଟ କଣ୍ଟ୍ରୋଲ ୱାର୍କର- ୧୦ମ ପାସ୍ ହୋଇଥିବା ଦରକାର । ହିନ୍ଦୀ/ଆଞ୍ଚଳିକ ଭାଷା ପଢ଼ିବା ଏବଂ କହିବାରେ ସକ୍ଷମ ହୋଇଥିବା ଆବଶ୍ୟକ ।
ବୟସସୀମା:
ଆଶାୟୀଙ୍କ ଚୟନ ଫିଜିକାଲ ଫିଟନେସ ଟେଷ୍ଟ, ପୋଭିଜନାଲ ଆଲଟମେଣ୍ଟ ଲେଟର ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ଆଧାରରେ କରାଯିବ ।
ଏହି ଠିକଣାରେ ପଠାଇବାକୁ ହେବ ଆବେଦନ ଫର୍ମ:
ଫ୍ଲାଗ ଅଫିସର କମାଣ୍ଡିଙ୍ଗ ଇନ ଚିଫ୍ (ଏସଓ ସିପି ପାଇଁ), ହେଡକ୍ୱାଟର୍ସ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ, ବଲାଡ ପୀୟର, ମୁମ୍ବାଇ-୪୦୦୦୦୧ ଠିକଣାରେ ପଠାଇବାକୁ ହେବ ।