ନୂଆଦିଲ୍ଲୀ: ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ (Johnson &Johnson) ୨୦୨୩ ମସିହାରେ ସାରା ଦୁନିଆରେ ବେବି ପାଉଡର ବିକ୍ରିକୁ ବନ୍ଦ କରିବାକୁ ଯାଉଛି । ଏହାକୁ ନେଇ ବର୍ତ୍ତମାନ ଭାରତୀୟ ବଜାରରେ ଚର୍ଚ୍ଚ ଜୋର ଧରିଛି । ତେବେ ଏହି କମ୍ପାନୀର ଡ୍ରଗ ମେକର କହିଛନ୍ତି ଯେ ଆମେରୀକାରେ ହୋଇଥିବା ଗ୍ରାହକ ସୁରକ୍ଷା କେଶ୍ କାରଣରୁ ଏହି ପ୍ରଡକ୍ଟର ବିକ୍ରିକୁ ବନ୍ଦ କରାଯିବ । କମ୍ପାନୀ ଆହୁରି ମଧ୍ୟ କହିଛି ଯେ ବେବି ପାଉଡର ଦୁନିଆର ସବୁ ଦେଶରେ ବିକ୍ରି ସରିଛି , କିନ୍ତୁ ବର୍ତ୍ତମାନ ସାରା ଦୁନିଆରେ ଏହାର ପରିଚାଳନା ଗାଇଡଲାଇକୁ ଉଠାଇ ଦିଆଯିବ ।
୨୦୨୦ ରେ କମ୍ପାନୀ ଆମେରୀକା ଓ କାନାଡାରେ ଏହି ବେବି ପାଉଡର ବିକ୍ରିକୁ ବନ୍ଦ କରିଥିଲା । କାରଣ ଏହି ପାଉଡରେ ଆଜବେଷ୍ଟର ଏକ ପ୍ରକାର କ୍ଷତିକାରକ ଫାଇବର ମିଳଇଥିଲା, ଯାହାକି କ୍ୟାନ୍ସରର ମୁଖ୍ୟ କାରଣ ବୋଲି କୁହାଯାଇଥିଲା । ତେବେ ଗର୍ଭାଶୟ କ୍ୟାନ୍ସର ପାଇଁ ୩୫ ହଜାର ମହିଳା ଏହି କମ୍ପାନୀ ବିରୋଧରେ ମାମଲା ଦାୟର କରିଥିଲେ । ଫଳରେ ଆମେରୀକାରେ ଜନସନ୍ ଆଣ୍ଡ ଜନସନ୍ କମ୍ପାନୀର ଚାହିଦା ହ୍ରାସ ପାଇଥିଲା । ଏହାପରେ କମ୍ପାନୀ ୨୦୨୦ ରେ ଆମେରୀକା ଓ କାନାଡାରେ ବେବି ପାଉଡର ବିକ୍ରିକୁ ବନ୍ଦ କରିଥିଲା । କିନ୍ତୁ ଏବେ ମଧ୍ୟ ବ୍ରିଟେନ ସମେତ ଅନ୍ୟ ଦେଶରେ ମଧ୍ୟ ଏହି ବେବି ପାଉଡର ବିକ୍ରି କରାଯାଉଛି ।
ସୂଚନା ମୁତାବକ ଆମେରିକାରେ ଜନସନ୍ କମ୍ପାନୀର ବେବି ପାଉଡରରୁ ଗର୍ଭାଶୟ କ୍ୟାନ୍ସର ହେଉଥିବା କାରଣରୁ କମ୍ପାନୀ ଉପରେ ଆମେରିକା କୋର୍ଟ ୧୫ ହଜାର କୋଟିର ଜୋରିମାନା କରିଥିଲେ । ଏହି ସମୟରେ କୋର୍ଟ କହିଥିଲେ ଯେ କମ୍ପାନୀ ପିଲାମାନଙ୍କ ସ୍ୱାସ୍ଥ୍ୟ ସହିତ ଖେଳ ଖଳିଛି । ତେଣୁ କୋର୍ଟ ତାଙ୍କ ଆଦେଶରେ କହିଥିଲେ କମ୍ପାନୀ କରିଥିବା ଅପରାଧକୁ ଟଙ୍କା ସହିତ ତୁଳନା କରାଯାଇ ପାରିବ ନାହିଁ । କିନ୍ତୁ ଯେତେବେଳେ ଅପରାଧବେତେ ବଡ ହୋଇଛି କ୍ଷତି ପୁରଣ ମଧ୍ୟ ସେହିପରି ହେବା ଉଚିତ୍ । ଏହି କାରଣରୁ ଜନସନ୍ ଆଣ୍ଡ ଜନସନ କମ୍ପାନୀ ସାରା ବିଶ୍ୱରେ ବେବି ପାଉଡର ବିକ୍ରିକୁ ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି ।