ଭାରତ ଉପରେ ପୁଣି ଅଭିଯୋଗ ଆଣିଲେ ଜଷ୍ଟିନ ଟ୍ରୁଡୋ, କହିଲେ-ମୋଦୀ ସରକାର ଭୁଲ କରିଦେଇଛନ୍ତି..

ନୂଆଦିଲ୍ଲୀ: ଭାରତ ଏବଂ କାନାଡ ମଧ୍ୟରେ ସଂପର୍କ ଖରାପ ହୋଇଯାଇଛି। ଭାରତ ସୋମବାର ଦିନ କାନାଡାର ଛଅ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ଏହା ବ୍ୟତୀତ କାନାଡାରୁ ଏହାର ହାଇ କମିଶନର ତଥା ଟାର୍ଗେଟରେ ଥିବା ଅନ୍ୟ କୂଟନୀତିଜ୍ଞ ତଥା ଅଧିକାରୀମାନଙ୍କୁ ଡକାଯାଇଛି। ଶିଖ୍ ବିଚ୍ଛିନ୍ନବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାର ଯାଞ୍ଚ ପରେ, ଭାରତୀୟ କୂଟନୀତିଜ୍ଞଙ୍କୁ ସଂଯୋଗ କରୁଥିବା କାନାଡାର ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରି ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି।

ଭାରତ ସରକାର ଏହି ନିଷ୍ପତ୍ତି ଉପରେ ବର୍ତ୍ତମାନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, କାନାଡାର ପ୍ରଧାନମନ୍ତ୍ରୀ ଭାବେ ଦେଶର ନାଗରିକଙ୍କ ସୁରକ୍ଷା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ସେ ନିଜ ନାଗାରିକମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କୌଣସି ମଧ୍ୟ ପଦକ୍ଷେପ ଉଠାଇବାରେ ପଛଘୁଞ୍ଚା ଦେବେ ନାହିଁ।

କାନାଡାର ପିଏମ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ଆମେ ଭାରତ ସହ ସଂପର୍କ ଖରାପ କରିବାକୁ ଚାହୁଁନାହୁଁ। ଭାରତ ଏକ ଗଣତାନ୍ତ୍ରିକ ଦେଶ। ଏକ ଏଭଳି ଦେଶ, ଯାହା ସହ ଆମର ଗଭୀର ଐତିହାସିକ ବାଣିଜ୍ୟ ସଂପର୍କ ଅଛି। ଯଦି ରାଜନୀତିରେ ଆପଣଙ୍କ ଚାରିପାଖରେ ଅସ୍ଥିରତା ଅଛି, ତେବେ ଏହାର ଅର୍ଥ ଗଣତାନ୍ତ୍ରିକ ଦେଶଗୁଡିକୁ ଏକାଠି ରହିବାକୁ ପଡିବ। ଏହି କାରଣରୁ ସେମାନେ ଗୁପ୍ତ ଏଜେନ୍ସି ମାଧ୍ୟମରେ କହିବା ଆରମ୍ଭ କରିଥିଲେ ଯେ, ବୋଧହୁଏ ହାରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ରହିଛି।

ଭାରତ-କାନାଡା ବିବାଦରେ ପୂର୍ବତନ କୂଟନୀତିଜ୍ଞ କେପି ଫ୍ୟାବିୟନ କହିଛନ୍ତି ଯେ, କାନାଡା ଭାରତର ହାଇକମାଣ୍ଡର ଏବଂ ଅନ୍ୟ ଅଧିକାରୀମାନଙ୍କୁ ପଚରାଉଚରା କରିବା ଆବଶ୍ୟକ। ଏହା ଭୁଲ ଅଟେ। ଏହି କାରଣରୁ ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ସଠିକ ପଦକ୍ଷେପ ଗ୍ରହଣ କରିଛି।

Get real time updates directly on you device, subscribe now.