ଭାରତ ଠାରୁ ଅଲଗା ହେବ କାଶ୍ମୀର! ହମାସ ସହ ହାତ ମିଳାଇଲା ଲସ୍କର- ଏ- ତୈବା
ସମ୍ପ୍ରତି ଇସରାଏଲ- ହମାସ ବିବାଦ ପରେ ପାକିସ୍ତାନୀ ନେତାମାନେ କାତାରରେ ହମାସ୍ ଅଧିକାରୀଙ୍କୁ ଭେଟି ସେମାନଙ୍କ ସମ୍ପକୁ ଆହୁରି ମଜବୁତ କରିଛନ୍ତି ।
ନୂଆଦିଲ୍ଲୀ: ଭାରତ ଉପରେ ମାଡ଼ି ଆସୁଛି ସଂକଟର କଳା ବାଦଲ । ପାକିସ୍ତାନର ଦୁଇଟି ବଡ଼ ଆତଙ୍କବାଦୀ ସଂଗଠନ ଜୈଶ- ଏ- ମହମ୍ମଦ(JeM) ଏବଂ ଲସ୍କର- ଏ- ତୈବା(LeT) ହମାସ ସହ ହାତ ମିଳାଇଛନ୍ତି ।
ପାକ୍ ଅଧିକୃତ କାଶ୍ମୀରରେ(ପିଓକେ)ର ରାୱାଲକୋଟରେ କାଶ୍ମୀର ସଲିଡାରିଟି ଡେ(Kashmir Solidarity Day) ନାମକ ଏକ କାର୍ଯ୍ୟକ୍ରମରେ ସର୍ବସାଧାରଣ ଭାବରେ ଏହି ମେଣ୍ଟ ଦେଖିବାକୁ ମିଳିଥିଲା ।
ମଞ୍ଚରେ ହମାସ ନେତାଙ୍କୁ ଜୈଶ୍ ଆତଙ୍କବାଦୀ ସୁରକ୍ଷା ଯୋଗାଉଥିବାର ଦେଖାଯାଇଥିଲା । ଏମିତିକି ପାକିସ୍ତାନୀ ଏବଂ ଜିହାଦୀ ଗୋଷ୍ଠୀ ଏକାଠି ହୋଇଥିବା ଜଣେ ଜୈଶ ଆତଙ୍କୀ ଘୋଷଣା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜୈଶ୍- ଏ- ମହମ୍ମଦ ମୁଖ୍ୟ ମସୁଦ୍ ଅଜହରଙ୍କ ଭାଇ ତହ୍ଲା ସୈଫ୍, ଜୈଶ୍ କମାଣ୍ଡର ଅସଗର ଖାନ୍ କାଶ୍ମୀରୀ, ମାସୁଦ ଇଲିଆସ୍ ଏବଂ ଶୀର୍ଷ LeTନେତୃବୃନ୍ଦ ଉପସ୍ଥିତ ଥିଲେ ।
ପାକିସ୍ତାନ ସମର୍ଥନ: ହମାସ୍ ସହ ପାକିସ୍ତାନର ଦୀର୍ଘକାଳୀନ ସମ୍ପର୍କ ରହିଛି । ପାକିସ୍ତାନର ସ୍ପେଶାଲ ସର୍ଭିସେସ୍ ଗ୍ରୁପ୍ କମାଣ୍ଡୋଙ୍କ ସହାୟତାରେ ପାକିସ୍ତାନୀ ସେନା ହମାସ ଆତଙ୍କବାଦୀଙ୍କୁ ବିଶେଷ କରି ବାୟୁ ଏବଂ ନୌସେନା ଅଭିଯାନରେ ତାଲିମ ଦିଏ ।
ଏହି ତାଲିମପ୍ରାପ୍ତ ଆତଙ୍କବାଦୀଙ୍କ ମଧ୍ୟରୁ ଅନେକ ଇସରାଏଲ ବିରୁଦ୍ଧରେ ଆକ୍ରମଣ କରନ୍ତି । ଏଥିପାଇଁ ହମାସ ପାକିସ୍ତାନ ଠାରୁ ବିପୁଳ ପରିମାଣରେ ପାଣ୍ଠି ପାଇଥାଏ । ସମ୍ପ୍ରତି ଇସରାଏଲ- ହମାସ ବିବାଦ ପରେ ପାକିସ୍ତାନୀ ନେତାମାନେ କାତାରରେ ହମାସ୍ ଅଧିକାରୀଙ୍କୁ ଭେଟି ସେମାନଙ୍କ ସମ୍ପକୁ ଆହୁରି ମଜବୁତ କରିଛନ୍ତି ।
ଭାରତ ବିରୋଧୀ ଭାଷଣ: ଏହି କାର୍ଯ୍ୟକ୍ରମରେ ଆତଙ୍କବାଦୀ ନେତାମାନେ ଖୋଲାଖୋଲି ଭାବେ ଭାରତ ବିରୁଦ୍ଧରେ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ଘୃଣାପୂର୍ଣ୍ଣ ବୟାନ(Hate Speech) ଦେଇଥିଲେ ।
ବର୍ତ୍ତମାନ ପାଲେଷ୍ଟାଇନ୍ ଏବଂ କାଶ୍ମୀର ଯୋଦ୍ଧାମାନେ ଏକାଠି ହୋଇଥିବା ଜଣେ ଆତଙ୍କବାଦୀ ଦାବି କରିଥିଲେ । ଦିଲ୍ଲୀରେ ରକ୍ତପାତ ହେବ । କାଶ୍ମୀର ଭାରତରୁ ଅଲଗା ହେବ ଏବଂ ଭାରତକୁ ବିଭାଜିତ କରିବା ଧମକ ବି ଦେଇଥିଲେ ।