fbpx

(Video) ‘କେଜ୍ରିୱାଲଙ୍କୁ ପୁଣିଥରେ CM ହେବାକୁ ପଡିବ’, ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପ୍ରଥମ ବିବୃତ୍ତି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ନେତା ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ସେ ନିଜର ପ୍ରଥମ ଭାଷଣରେ ନିଜ ଗୁରୁ ଏବଂ ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କର ପ୍ରଂଶସା କରିଛନ୍ତି। ସେ କହିଛନ୍ତି ଯେ, ଆଜି ମୁଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛି, ହେଲେ ଏହା ଆମ ପାଇଁ ଭାବିବାର ବିଷୟ ଯେ, ଅରବିନ୍ଦ କେଜ୍ରିୱାଲ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି। ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କ ଜୀବନ ପରିବର୍ତ୍ତନ କରିଛନ୍ତି। ସେ ସଚ୍ଚୋଟତା ଏବଂ ନିଷ୍ଠା ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଆମ୍ଭ ସମସ୍ତଙ୍କୁ କେଜ୍ରିୱାଲଙ୍କୁ ପୁଣିଥରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିବାକୁ ପଡିବ।

Get real time updates directly on you device, subscribe now.