fbpx

ଓଡ଼ିଶାରେ କମାଲ୍ କରୁଛି ୟଶଙ୍କ କେଜିଏଫ୍-୨: ପଛରେ ପଡିଲା ବାହୁବଲୀ-୨ ଓ ୱାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବକ୍ସ ଅଫିସରେ ରାଜ କରୁଛନ୍ତି ରକି ଭାଇ । କେଜିଏଫ-୨ର ମାନିଆ ସମଗ୍ର ଦେଶରେ ଜାରି ରହିଥିବା ବେଳେ ଏଥିରୁ ବାଦ ପଡିନି ଓଡ଼ିଶା । ଓଡ଼ିଶା ବଜାରରେ ପ୍ରଥମ ଫିଲ୍ମ ଭାବରେ ୧୦ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି କେଜିଏଫ୍-୨ । ରିଲିଜ୍ ହେବାର ମାତ୍ର ୧୧ଦିନରେ ଏହି ମାଇଲଖୁଣ୍ଟ ହାସଲ କରିଛି କେଜିଏଫ୍-୨ ।

କେଜିଏଫ୍ ଚାପ୍ଟର-୧ର ସଫଳତା ପରେ ପରେ ପ୍ରଶାନ୍ତ ନୀଲ୍ ଏବଂ ୟଶ ଆରମ୍ଭ କରିଥିଲେ କେଜିଏଫ୍-୨ । ଦ୍ୱିତୀୟ ଭାଗରେ ରହିଥିଲା ଆହୁରି ଦମଦାର ଆକ୍ସନ୍ ଓ ତଗଡା ଷ୍ଟାର କାଷ୍ଟ । ଫିଲ୍ମକୁ ସଞ୍ଜୟ ଦତ୍ତ ଏବଂ ରବୀନା ଟଣ୍ଡନ ଆସିଥିବା ବେଳେ ସାଉଥ୍ ସୁପରଷ୍ଟାର ପ୍ରକାଶ୍ ରାଜ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିଥିଲେ ।

ଓଡ଼ିଶାରେ ସିନେମା ହଲ୍ ସଂଖ୍ୟା କମ୍ ଆଉ ତା ଉପରେ ଲୋକ ଓଡ଼ିଆ ଫିଲ୍ମ ବି ଦେଖୁନାହାନ୍ତି । ହେଲେ ମୂଳତଃ ଦକ୍ଷିଣ ଭାରତୀୟ ଫିଲ୍ମ କେଜିଏଫ୍ ଆଉ ରକି ଭାଇ ଭୂମିକାରେ ୟଶଙ୍କ ସ୍ୱାଗ୍ ଓଡ଼ିଆ ଦର୍ଶକଙ୍କୁ ପାଗଳ କରିଥିଲା । ଓଡ଼ିଆ ଦର୍ଶକ ଫିଲ୍ମକୁ ଦେଖିଥିବା ବେଳେ ଇତିହାସ ରଚିଛି କେଜିଏଫ୍-୨ । ପ୍ରଥମ ଫିଲ୍ମ ଭାବରେ ଓଡ଼ିଶାରେ ୧୦ କୋଟି ଟଙ୍କା ଆୟ କରିଛି କେଜିଏଫ୍ । ୧୧ ଦିନରେ ୧୦.୦୩ କୋଟି ଟଙ୍କା ଆୟ କରିବା ସହିତ ବାହୁବଲୀ-୨ ଓ ୱାରକୁ ପଛରେ ପକାଇଛି । ବାହୁବଲୀ ୭.୭୫ କୋଟି ଟଙ୍କା ଆୟ କରିଥିବା ବେଳେ ୱାର ୬.୨ କୋଟି ଆୟ କରିଥିଲା ।

Get real time updates directly on you device, subscribe now.