‘ପ୍ରତିବାଦରୁ ଉଠ ନହେଲେ ସାର୍ଟିଫିକେଟ୍ ଚିରିଦେବୁ’ ମିଡିଆକୁ ହାତ ଠାରି ଚୁପଚାପ୍ ଚାଳିଗଲେ କିଟ୍ ପ୍ରତିଷ୍ଠାତା

ଭୁବନେଶ୍ୱର: ମିଡିଆକୁ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁ ନାହାନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ନାହିଁ ବୋଲି ମନା କରିଛନ୍ତି ନିଜେ ଅଚ୍ୟୁତ ।

କିଟରେ ନେପାଳୀ ଛାତ୍ରୀ ପ୍ରକୃତିଙ୍କ ମୃତ୍ୟୁକୁ ନେଇ ପ୍ରତିବାଦ ଚାଲିଥିବାବେଳେ ନବ ନିର୍ମାଣ ଛାତ୍ର ସଙ୍ଗଠନ ପ୍ରତିବାଦରୁ ହଟିବା ପାଇଁ ସେମାନଙ୍କୁ ଭେଟିଛନ୍ତି ପ୍ରତିଷ୍ଠାତା ।

୧୧୫୫ ଛାତ୍ରଛାତ୍ରୀ ଏଠାରେ ପଢ଼ୁଛନ୍ତି ମାତ୍ର ୩୭ ଜଣ ହଷ୍ଟେଲକୁ ଫେରିଛନ୍ତି । ସେଠାରେ କୌଣସି ଅଘଟଣ ଘଟିଲେ କଲେଜ ଦାୟି ନୁହେଁ ବୋଲି ଏକ ଅଣ୍ଡରଟେକିଂ ଲେଖାଯାଇଛି । ୯୦% ପିଲା ଘରକୁ ଫେରିଯାଇଛନ୍ତି ।
କଲେଜ ଅଥରିଟି ଯାହା କହିବା କଥା କହିଛନ୍ତି, ମୁଁ କିଛି ପ୍ରତିକ୍ରିୟରା ଦେବି ନାହିଁ ବୋଲି କହିଥିଲେ ଅଚ୍ୟୁତ ।

ସେପଟେ ହଷ୍ଟେଲରୁ ମାଡ଼ ଖାଇ ବିଦା ହେବା ପରେ ହଷ୍ଟେଲକୁ ଫେରିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ । ସେମାନେ ପ୍ରାଇଭେଟ ହୋଟେଲରେ ରହୁଛନ୍ତି ।

ପ୍ରତିବାଦ କରୁଥିବା ପିଲାଙ୍କୁ ନାଲି ଆଖି ନ ଦେଖାଇବାକୁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ କର୍ତ୍ତୃପକ୍ଷ ସାର୍ଟିଫିକେଟ୍ ଚିରି ଦେବାର ଧମକ ଦେଇଥିବା ଜଣାପଡ଼ିଛି ।