ମଙ୍କିପକ୍ସ ଠାରୁ କେଉଁ ଲୋକଙ୍କୁ ରହିଛି ଅଧିକ ବିପଦ? ଜାଣନ୍ତୁ କ’ଣ ଏହାର ଲକ୍ଷଣ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ଆତଙ୍କ ଶେଷ ହୋଇନଥିବାବେଳେ ଏବେ ଆଉ ଏକ ନୂଆ ରୋଗ ମଙ୍କିପକ୍ସ ସାମ୍ନାକୁ ଆସିବାରେ ଲାଗିଛି । ରିପୋର୍ଟ ଅନୂଯାୟୀ ଏପର୍ଯ୍ୟନ୍ତ ଦେଶରେ ଦୁଇ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲେଣି । ଯାହାକୁ ନେଇ ଚିନ୍ତାରେ ସରକାର । ଗତକାଲି ମଙ୍କିପକ୍ସକୁ ନେଇ କେନ୍ଦ୍ରର ଗାଇଡଲାଇନ ଜାରି ହୋଇଛି । କରୋନା ମହାମାରୀର ଆତଙ୍କ ଦେଖିଥିବା ଲୋକଙ୍କ ମଧ୍ୟରେ ଏବେ ମଙ୍କିପକ୍ସକୁ ନେଇ ଭୟର ମାହୋଲ ସୃଷ୍ଟି ହୋଇଛି । ଲୋକମାନେ ଜାଣିବାକୁ ଚାହୁଛନ୍ତି ଯେ ଏହାର ସବୁଠୁ ଅଧିକ ବିପଦ କେଉଁ ଲୋକଙ୍କୁ ରହିଛି ଏବଂ ଏହାର କ’ଣ ଲକ୍ଷଣ ରହିଛି?

ମଙ୍କିପକ୍ସ ଭାଇରସ ଫ୍ଲାଭିଭିରାଇଡେ ଭୂତାଣୁରୁ ଉତ୍ପନ୍ନ, ଏବଂ ଏହା ମାଙ୍କଡ଼ଙ୍କ ଠାରୁ ମଣିଷଙ୍କୁ ବ୍ୟାପିପାରେ । ମଙ୍କିପକ୍ସ ପଶୁଙ୍କ ଠାରୁ ମଣିଷଙ୍କୁ ଏବଂ ମଣିଷଙ୍କ ଠାରୁ ଅନ୍ୟ ବ୍ୟକ୍ତଙ୍କୁ ବ୍ୟାପିପାରେ ।

କ’ଣ ମଙ୍କିପକ୍ସର ଲକ୍ଷଣ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ମଙ୍କିପକ୍ସ ଭାଇରସ କାରଣରୁ ହେବାକୁ ଥିବା ଗମ୍ଭୀରତା ବିଷୟରେ ଚେତାବନୀ ଦେଇଛି ଏବଂ କହିଛି ଯେ ଏହି ରୋଗରେ ଚର୍ମ ସଂକ୍ରମଣ, ନିମୋନିଆ, ଆଖି ସମସ୍ୟା ସାମିଲ ରହିଛି । ମଙ୍କିପକ୍ସର ପ୍ରାରମ୍ଭିକ ଲକ୍ଷଣ ହେଉଛି ଜ୍ୱର ହେବା, ମୁଣ୍ଡ ବିନ୍ଧିବା, ମାଂସପେଶୀରେ ଦରଜ ହେବା, ପିଠି ଦରଜ ହେବା, ଥଣ୍ଡା ଲାଗିବା ଏବଂ ହାଲିଆ ଲାଗିବା ହୋଇପାରେ । ଏହି ରୋଗରେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ଛୋଟ ଛୋଟ ଦାନା ଭଳି ଫୁଲି ଯାଏ ଏବଂ ଏହାର ଆରମ୍ଭକ ମୁହଁରୁ ହୋଇଥାଏ । ଯାହା ସାଧାରଣତଃ ସଂକ୍ରମିତ ହେବାର ୬-୧୩ ଦିନରେ ଦେଖାଯାଏ ।

ଏହିମାନଙ୍କୁ ରହିଛି ଅଧିକ ବିପଦ:

ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତିଙ୍କ ସହ ସଂପର୍କରେ(ଯୌନ ସଂପର୍କ ସହ) ଆସୁଥିବା ବ୍ୟକ୍ତିଙ୍କୁ ଏହା ହେବାର ଅଧିକ ବିପଦ ରହିଛି । ଏହା ବ୍ୟତୀତ ମୂଷା ଭଳି ଜୀବଙ୍କ ସହ ନିୟମିତ ସଂସ୍ପର୍ଶରେ ଆସୁ୍ଥିବା, ମଙ୍କିପକ୍ସ ଦ୍ୱାରା ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଲେ, ମଙ୍କିପକ୍ସ ରୋଗୀଙ୍କୁ ଯତ୍ନ ନେଉଥିବା ବ୍ୟକ୍ତି ବା ସ୍ୱାସ୍ଥ୍ୟକର୍ମୀଙ୍କୁ ହେବାର ଅଧିକ ବିପଦ ଥାଏ ।  “ହୁ’ ଅନୂଯାୟୀ ଛୋଟ ପିଲା ଏବଂ ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଠାରେ ସଂକ୍ରମଣର ବିପଦ ଅଧିକ ରହିଥାଏ ।