fbpx

UKSEE 2022: ଜାଣନ୍ତୁ ପରୀକ୍ଷା ତାରିଖ, ଆଡମିଶନ ପ୍ରୋସେସ୍, ସିଲାବସ୍ ଓ କାଉନସେଲିଂ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଟେକ୍ନିକାଲ ୟୁନିଭରସିଟି (ୟୁଟିୟୁ) ଦ୍ୱାରା ପ୍ରତ୍ୟେକ ବର୍ଷ ଉତ୍ତରାଖଣ୍ଡ ଷ୍ଟେଟ ଏଣ୍ଟ୍ରାନ୍ସ ଏକଜାମିନେସନ (ୟୁକେଏସଇଇ) ଅନୁଷ୍ଠିତ ହୋଇଥାଏ । ବ୍ୟାଚେଲର ଡିଗ୍ରୀ କୋର୍ସ (ବିଏଚଏମସିଟି, ବି.ଫାର୍ମା), ମାଷ୍ଟର ଡିଗ୍ରୀ, (ଏମ.ଟେକ, ଏମବିଏ, ଏମସିଏ), ଲାଟେରାଲ ଏଣ୍ଟ୍ରି (ବି.ଟେକ (ଏଲଇ), ଫର୍ମାସୀ (ଏଲଇ), ଏମସିଏ (ଏଲଇ))ରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା କରାଯାଇଥାଏ । ବି.ଟେକ୍ କୋର୍ସରେ ନାମ ଲେଖାଇବା ପାଇଁ ୟୁକେଏସଇଇ କେବଳ ଲାଟେରାଲ ଏଣ୍ଟ୍ରି ଦ୍ୱିତୀୟ ବର୍ଷର ଆଡମିଶନ କରାଇଥାଏ ।

ୟୁକେଏସଇଇ ୨୦୨୨ ପରୀକ୍ଷାର ରେଜିଷ୍ଟ୍ରେସନ ପ୍ରୋସେନ ଏପ୍ରିଲ ମାସ ଶେଷ ସପ୍ତାହ ମଧ୍ୟରେ ସମାପ୍ତ ହେବ । ଏହାପରେ ମେ ମାସ ତୃତୀୟ ସପ୍ତାହରେ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀମାନେ ପରୀକ୍ଷା ତାରିଖ, ଆପିଲିକେସନ ପ୍ରୋସେସ୍, ଏକଜାମ ପ୍ୟାଟର୍ଣ୍ଣ, ସିଲାବସ୍, ଆଡମିଟ କାର୍ଡ, ରେଜଲ୍ସ, କାଉନସେଲିଂ ବିଷୟରେ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ http://uktech.ac.in କୁ ପରିଦର୍ଶନ କରିପାରିବେ ।

ପରୀକ୍ଷା ଅନଲାଇନ୍ ମୋଡ଼ରେ କରାଯିବା ସହ ସମସ୍ତ ପ୍ରଶ୍ନପତ୍ର ଅବଜେକ୍ଟିଭ ଟାଇପର ରହିବ । ଛାତ୍ରଛାତ୍ରୀ ମୋଟ ଦୁଇ ଘଣ୍ଟାରେ ୧୦୦ ମାର୍କ ପରୀକ୍ଷା ଦେବେ । ମେ ମାସ ଦ୍ୱିତୀୟ ସପ୍ତାହରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ, ମେ ମାସ ଚତୁର୍ଥ ସପ୍ତାହରେ ଆନସର କି ମିଳିବ । ଜୁନ ମାସ ଦ୍ୱିତୀୟ ସପ୍ତାହରେ ରେଜଲ୍ଟ ଘୋଷଣା ଓ ଅଗଷ୍ଟ ମାସ ୧ମ ସପ୍ତାହରେ କାଉନସେଲିଂ ପ୍ରୋସେସ୍ ଆରମ୍ଭ ହେବ ।

Get real time updates directly on you device, subscribe now.