fbpx

(Video) ମତଦାନ ମଧ୍ୟରେ ବିଜେପି ଉପରେ ବର୍ଷିଲେ କୁମାରୀ ସେଲଜା, ମୁଖ୍ୟମନ୍ତ୍ରୀ ପଦକୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭାର ୯୦ ସିଟ ପାଇଁ ଭୋଟିଂ ଜାରି ରହିଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦର ଚେହେରାକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ କଂଗ୍ରେସର ସିନିୟର ନେତା କୁମାରୀ ସେଲଜାଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି। ହରିୟାଣାରେ କଂଗ୍ରେସ ନେତୃତ୍ୱକୁ ନେଇ ଭୂପେନ୍ଦ୍ର ସିଂହ ହଡ୍ଡା ଏବଂ କୁମାରୀ ସେଲଜାଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ସଂପର୍କରେ ଖବର ଆସୁଥିବା। ହେଲେ କୁମାରୀ ସେଲଜାଙ୍କ ସହ ଏହି ବିଷୟକୁ ନେଇ ପଚରାଯାଇଥିଲା ଯେ, ପ୍ରତି ନେତାଙ୍କ ସମୟ ଆସିଥାଏ ଯଦି, ତେବେ ତାଙ୍କ ପାଳି ଆସିବାରେ କାହାକୁ କେଉଁ ସମସ୍ୟା ରହିଛି। ପାର୍ଟୀ ନେତୃତ୍ୱର ନିଷ୍ପତ୍ତିରେ ଆପଣଙ୍କୁ କେଉଁ ସମସ୍ୟା। ଏହା ଉପରେ ସେଲଜା କହିଛନ୍ତି ଯେ, କାହାକୁ କୌଣସି ସମସ୍ୟା ନାହିଁ। ଆମ ପାର୍ଟୀ ବଡ ପାର୍ଟୀ। ଦଳର ହାଇ କମାଣ୍ଡ ଯାହା ନିଷ୍ପତ୍ତି ନିଅନ୍ତି, ଆମେ ତାକୁ ଗ୍ରହଣ କରୁ। ଏହା ଆମ ପରଂପରା।

ସେ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟର ଦାବି କରି କହିଛନ୍ତି ଯେ, ଆଜି ହରିୟାଣାର ଭାଗ୍ୟ ବଦଳିବ। ଆଜି ଗୋଟିଏ ପଟେ ମୁକାବିଲା ଏବଂ ଲୋକଙ୍କୁ ଦେଖି ଲାଗୁଛି ଯେ, କଂଗ୍ରେସ ପାର୍ଟୀ ଏବଂ ଆମ ନୀତି ଏବଂ ନେତୃତ୍ୱରେ ମଜବୁତ ଅଛୁ। ଆମେ ରାଜ୍ୟର ସମସ୍ତ ୯୦ ସିଟ ଜିତିବା ପାଇଁ ନିର୍ବାଚନ ଲଢୁଛୁ।

ସେ ଦାବି କରିଛନ୍ତି ଯେ, ଏଥର ଭୋଟିଂ ପ୍ରତିଶତ ଅଧିକ ରହିବ। ଲୋକେ ବିଜେପିର ୧୦ ବର୍ଷ ଶାସନରୁ ମୁକ୍ତି ଚାହୁଁଛନ୍ତି। ସେ କହିଛନ୍ତି ଯେ, ହାଇ ଭୋଟିଂ ହେବ ଏବଂ କଂଗ୍ରେସ ପକ୍ଷରେ ହିଁ ରହିବ। ସାରା ଦେଶରେ ଲୋକେ କଂଗ୍ରେସ ପକ୍ଷରେ ଅଛନ୍ତି, ଲୋକେ ବିଜେପିର ୧୦ ବର୍ଷର କୁଶାସନରୁ ମୁକ୍ତି ଚାହୁଁଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ନେଇ ସେଲଜା କହିଛନ୍ତି ଯେ, ଆମେ ପରିଶ୍ରମ ଏବଂ କାମରେ ବିଶ୍ୱାସ କରୁଛୁ, ଆମେ ଦଳର ପ୍ରକୃତ ସୈନିକ ଏବଂ ନିଜ କାମକୁ ନେଇ ସଂପୂର୍ଣ୍ଣ ଭାବେ ଆତ୍ମବିଶ୍ୱାସୀ। ସମସ୍ତ ନିଷ୍ପତ୍ତି ପାର୍ଟୀର ହାଇ କମାଣ୍ଡ ନେଇଥାଆନ୍ତି।

Get real time updates directly on you device, subscribe now.