fbpx

କୁଏତ୍ ଅଗ୍ନିକାଣ୍ଡ: ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି, ୩୦ ଜଣ ଆହତ

Advertisement

ନୂଆଦିଲ୍ଲୀ: କୁଏତରେ ଘଟିଥିବା ବିଲ୍ଡିଂ ଅଗ୍ନିକାଣ୍ଡରେ ପୂର୍ବରୁ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହିତ ୪୧ ଜଣ ଆହତ ହୋଇଥିଲେ । ଆଜି ସକାଳ ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କୋଠାରି ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡ ପାଇଁ କୁଏତ୍ ସରକାର ରିଅଲ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଥିଲେ । ୧୫ ଜଣଙ୍କର ଅବସ୍ଥା ଗୁରୁତର ଥିବା ରିପୋର୍ଟରେ କୁହାଯାଇଥିଲା । କିଛି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ତେବେ ଏହା ମଧ୍ୟରେ କୁଏତ୍ ଅଗ୍ନିକାଣ୍ଡକୁ ନେଇ ଆସିଛି ବଡ଼ ଖବର । ଏହି ଅଗ୍ନିକାଣ୍ଡର ମୃତକଙ୍କ ସଂଖ୍ୟା ଏହା ମଧ୍ୟରେ ୪୦କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି । ଆଗକୁ ମଧ୍ୟ ମୃତକ ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ ଯେ, ଦକ୍ଷିଣ କୁଏତର ମଞ୍ଜଫ ସହରରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ କୁଏତ୍ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।

Get real time updates directly on you device, subscribe now.