fbpx

(Video) ଠିଆ ହୋଇଥିବା ବାଇକକୁ ପଛପଟୁ ଧକ୍କା ମାରିଲେ ଯୁବତୀ: କିନ୍ତୁ ଓଲଟା କହିଲେ-‘ଅନ୍ଧ ହେଇଛ କି, ଦେଖାଯାଉନି ଗାଡ଼ି…’

ସୋସିଆଲ ମିଡିଆର ଦୁନିଆରେ କେତେବେଳେ କ’ଣ ଯେ ଦେଖିବାକୁ ମିଳିଯାଏ, ତାକୁ କିଏ କଳ୍ପନା ବି କରିନଥିବେ । ଏପରି ପରିସ୍ଥିତିରେ କିଛି ଭିଡିଓ ଲୋକଙ୍କ ହୃଦୟ ଛୁଇଁ ଯାଇଥିବା ବେଳେ ଆଉ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏହାରି ମଧ୍ୟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକି ଜଣେ ଯୁବକ ଓ ଯୁବତୀଙ୍କ ସହ ଜଡ଼ିତ ଅଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ଯୁବକ ଜଣକ ବାଇକକୁ ସାଇଡ କରି ଠିଆ ହୋଇଛନ୍ତି । ସେ ରାସ୍ତାରେ ଥିବା କିଛି ଲୋକଙ୍କ ଠାରୁ ବୋଧହୁଏ କିଛି ସୂଚନା ନେଉଛନ୍ତି । ସେହି ସମୟରେ ଯୁବତୀ ଜଣକ ସ୍କୁଟିରେ ଆସି ପହଞ୍ଚିଛନ୍ତି ଓ ତାଙ୍କୁ ପଛପଟୁ ଧକ୍କା ମାରିଛନ୍ତି । ଏଥିରେ ଯୁବକ ଜଣକ ନିଜ ନିୟନ୍ତ୍ରଣ ହରାଇ ବାଇକ୍ ସହ ତଳେ ପଡ଼ିଯିବାର ଦେଖିବାକୁ ମିଳିଛି । ଏଥିରେ ଯୁବକ ଜଣକ ରାଗିବା ପୂର୍ବରୁ ଯୁବତୀ ଜଣକ ତାଙ୍କୁ ଚିଲ୍ଲାଇଥିବା ଦେଖିବାକୁ ମିଳିଛି ।

ରୋଡ ସାଇଡରେ ଥିବା ଜଣେ ବ୍ୟକ୍ତି ମୋବାଇଲ କିଛି ଭିଡିଓ ରେକର୍ଡିଂ କରୁଥିବା ବେଳେ ଏହି ଘଟଣା ରେକର୍ଡ ହୋଇଥିଲା । ଅଜାଣତରେ ହୋଇଥିବା ଏହି ଭିଡିଓକୁ ଦେଖିଲା ପରେ ହିଁ ଆପଣ ଜାଣି ପାରିବେ ପ୍ରକୃତରେ ଭୁଲ କାହାର । କିନ୍ତୁ ଯୁବତୀ ଜଣକ ଠିଆ ହୋଇଥିବା ବାଇକ୍ ଧକ୍କା ମାରିବା ପରେ ଯୁବକଙ୍କୁ ଖୁବ୍ ଜୋରରେ ଚିଲ୍ଲାଇଥିଲେ ଓ କହିଥିଲେ ଯେ, ‘ତମେ ଅନ୍ଧ ହୋଇଯାଇଛ କି ? ଦେଖାଯାଉନି ଗାଡ଼ି କେମିତି ଚଳାନ୍ତି ?ଏହି ଭିଡିଓକୁ ଦେଖି ଲୋକମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

 

View this post on Instagram

 

A post shared by VIDEO NATION (@videonation.teb)

Get real time updates directly on you device, subscribe now.