ଶୁଣାଣିରେ ହାଜର ହେଲେନି ରାହୁଲ, ଜରିମାନା ବାବଦକୁ ଦେଲେ ୨୦୦ ଟଙ୍କା

ସାବରକରଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ । ହାଜର ନ ହେବାରୁ ଜରିମାନା କଲେ କୋର୍ଟ ।

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏସିଜେଏମ୍ କୋର୍ଟ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି । ସାବରକରଙ୍କ ବିରୋଧରେ ଅପମାନଜନନ ବୟାନ ଦେବା ମାମଲାରେ ରାହୁଲଙ୍କୁ ଆଜି କୋର୍ଟରେ ହାଜର ହେବାର ଥିଲା । କାରଣ ଏ ସଂକ୍ରାନ୍ତରେ ଶୁଣାଣି ଆଜି ହୋଇଥାନ୍ତା ।

କିନ୍ତୁ ରାହୁଲ ଗାନ୍ଧି କୋର୍ଟରେ ହାଜର ନ ହେବା କାରଣରୁ ଏସିଜେଏମ୍ କୋର୍ଟ ରାହୁଲଙ୍କ ପ୍ରତିପକ୍ଷ ଓକିଲଙ୍କୁ ତାଗିଦ୍ କରିବା ସହ ୨୦୦ ଟଙ୍କାର ଜରିମାନା ଲଗାଇଛନ୍ତି ।

ଏମାମାଲାର ଆସନ୍ତା ଶୁଣାଣି ଏପ୍ରିଲ ୧୪ ତାରିଖରେ ହେବାକୁ ଥିବାବେଳେ ସେ ଦିନ ରାହୁଲ କୋର୍ଟରେ ହାଜର ହେବା ଲାଗି ଜଜ୍ କହିଛନ୍ତି । ରାହୁଲ ଗାନ୍ଧି ଏକ ପ୍ରେସ କନଫରେନ୍ସରେ ବୀର ସାବରକରଙ୍କୁ ଇଂରେଜଙ୍କ ଚାକର ବୋଲି କହିଥିଲେ ।
ଯାହାକୁ ନେଇ ଜାତୀୟ ରାଜନୀତି ବେଶ୍ ସରଗରମ ହୋଇଥିଲା । ଏହାକୁ ନେଇ ନୃପେନ୍ଦ୍ର ପାଣ୍ଡେ ଲକ୍ଷ୍ନୌ କୋର୍ଟରେ ଏ ନେଇ ମାମଲା ରୁଜୁ କରିଥିଲେ ।