fbpx

କୋଟିଆରେ ଭୂସ୍ଖଳନ, ପାହାଡ ଉପରୁ ଖସୁଛି ପଥର

ଭୁବନେଶ୍ୱର: ଲଗାତର ବର୍ଷାଯୋଗୁ କେରାପୁଟ ଜିଲ୍ଲା କୋଟିଆରେ ଆଜି ଭୂସ୍ଖଳନ ଘଟିଛି । ପାହାଡ ଉପରୁ ଛୋଟ ଓ ବଡ ପଥର ଖସି ରାସ୍ତାରେ ପଡିଛି । କୋଟିଆ ପଞ୍ଚାୟତ ମାଡକାର ଗାଁ ଯିବା ବାଟରେ ଏହି ଭୂସ୍ଖଳନ ଘଟିଛି । ରାସ୍ତାକୁ ପଥର ଖସିଥିଲେ ବି କେହି ଆହତ ହୋଇ ନ ଥିବା ସୂଚନା ମିଳିଛି । ତେବେ ଏହି ଘଟଣା ପରେ ପଞ୍ଚାୟତବାସୀ ଆତଙ୍କରେ ଅଛନ୍ତି ।

Get real time updates directly on you device, subscribe now.