ଆପଲ ବିରୋଧରେ ମାମଲା ରୁଜୁ, ସ୍ମାର୍ଟଫୋନକୁ ବଜାରରେ ଏକଚାଟିଆ କରିବା ପାଇଁ ଚଳାଇଛି ମନମାନି

ନୂଆଦିଲ୍ଲୀ: ଦୁନିଆର ବଡ଼ ଟେକ କମ୍ପାନୀ ଆପଲ ବିରୋଧରେ ଆମେରିକାରେ ମକଦ୍ଦମା କରାଯାଇଛି । ସ୍ମାର୍ଟଫୋନକୁ ମାର୍କେଟରେ ଏକଚାଟିଆ କାରିବା ଏବଂ ପ୍ରତିଯୋଗିତା ହଟାଇବାର ଅଭିଯୋଗ ଲାଗିଛି । ଆମେରିକା ନ୍ୟାୟ ବିଭାଗ ଏହି ମକଦ୍ଦମାରେ କହିଛି ଯେ, ଆପଲ କମ୍ପାନୀ ଆଇଫୋନ ଆପ ଷ୍ଟୋରରେ ନିଜ ନିୟନ୍ତ୍ରଣର ଅପବ୍ୟବହାର କରୁଛି ।

ରିପୋର୍ଟ ମୁତାବକ, ଅଭିଯୋଗରେ କୁହାଯାଇଛି ଯେ, କମ୍ପାନୀ ଯେଉଁ ଆପକୁ ନିଜ ପାଇଁ ବିପଦ ବୋଲି ଭାବୁଛି, ବେଆଇନ ଭାବେ ସେମାନଙ୍କ ଅଗ୍ରଗତିରେ ବାଧା ସୃଷ୍ଟି କରୁଛି ଏବଂ ନିଜ ପ୍ରତିଯୋଗୀ ଉତ୍ପାଦଗୁଡିକୁ କମ ଆକର୍ଷଣୀୟ ଦେଖାଉଛି । କମ୍ପାନୀ ଏହି ଅଭିଯୋଗକୁ ଖାରଜ କରିଛି ଏବଂ ଏହି ମାମଲା ସହ ଲଢିବାକୁ ଚାହୁଁଛି ।

ସୂଚନାନୁଯାୟୀ, ଆପଲ ବିରୋଧରେ ଏହି ମାମଲା ନ୍ୟୁ ଜର୍ସିର ଫେଡେରାଲ କୋର୍ଟରେ ଦାଖଲ କରାଯାଇଛି । ଏହାର ମୂଲ୍ୟ ବୃଦ୍ଧି କରିବା, ଏହାର ହାର୍ଡୱେୟାର ଏବଂ ସପ୍ଟୱେୟାରରେ ସୀମିତ ଆକ୍ସେସ ଦେଇଛି । ଏଥିସହ କମ୍ପାନୀ ଗ୍ରାହକ ଏବଂ ଇନୋଭେସନ ପାଇଁ ମୂଲ୍ୟ ବଢାଉଛି ।