fbpx

ହ୍ୱାଟ୍ସଆପରେ ଛୁଟି ପାଇଁ ଆବେଦନ କରିପାରିବେନି ଶିକ୍ଷକ, ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ…

ଆଜିକାଲି ଡିଜିଟାଲ ଯୁଗ । ବ୍ୟାଙ୍କରେ ବି ପେପରଲେସ୍ ଟ୍ରାନଜେକ୍ସନକୁ ଗୁରୁତ୍ୱ ଦିଅଯାଉଛି । ଏହା ସୁବିଧାଜନକ ଅଟେ । କିନ୍ତୁ ସବୁଠି ଅନଲାଇନ ପାଠ କାମ ଦିଏନି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିହାରରେ । ବିହାରର ଏକ ସରକାରୀ ସ୍କୁଲରେ ଶିକ୍ଷକମାନେ ହ୍ୱାଟ୍ସଆପରେ ଛୁଟି ପାଇଁ ଆବେଦନ କରିପାରିବେ ନାହିଁ । ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ସ୍କୁଲରେ ଅନୁପସ୍ଥିତ ଥିବା ଶିକ୍ଷକ ହ୍ୱାଟ୍ସଆପ ଦ୍ୱାରା ଛୁଟି ପାଇଁ ଆବେଦନ କରିପାରିବେ ନାହିଁ । ଏହା ଗ୍ରହଣୀୟ ନୁହେଁ । ଶିକ୍ଷକମାନଙ୍କୁ ଛୁଟି ପାଇଁ ଆବେଦନ କରିବାକୁ ହେଲେ ସ୍କୁଲରେ ଉପସ୍ଥିତ ରହିବାକୁ ପଡ଼ିବ । ଏହା ଦ୍ୱାରା ନିରୀକ୍ଷଣ କରୁଥିବା ଅଫିସର ଏହା ଯାଞ୍ଚ କରିପାରିବ ଯେ ଉକ୍ତ ଆବେଦନ କେଉଁ ତାରିଖରେ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଶିକ୍ଷକ, ଅନ୍ୟ କର୍ମଚାରୀ ଏବଂ ଅଧିକାରୀଙ୍କ ଛୁଟି ଆବେଦନକୁ ହ୍ୱାଟ୍ସଆପରେ ଗ୍ରହଣ ନ କରିବାକୁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ସ୍କୁଲ ଗୁଡ଼ିକରେ ଶିକ୍ଷମାନେ ଅନୁପସ୍ଥିତ ରହିବା କାରଣରୁ ସେମାନଙ୍କ ଦରମା କାଟ୍ ହେବା ସହ ପ୍ରିନ୍ସିପାଲଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.