fbpx

ଭାରତ ଛାଡ଼ି ପାକିସ୍ତାନ ପଳାଅ, ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ନେତା

Advertisement

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଭାରତ ଛାଡ଼ି ପାକିସ୍ତାନ ପଳାଇବା ପାଇଁ କହିଛନ୍ତି ବିଜେପି ନେତା ଅନୀଲ ଭିଜ୍। କଶ୍ମୀର ଓ ତାଲିବାନ ପ୍ରସଙ୍ଗରେ ମୁଫତିଙ୍କ ବୟାନକୁ ନେଇ ଏଭଳି କହିଛନ୍ତି ଅନୀଲ ଭିଜ। ମୁଫତି ତାଲିବାନ୍ ପ୍ରସଙ୍ଗକୁ ସମର୍ଥନ କରିବା ସହିତ କାଶ୍ମୀରରେ ମଧ୍ୟ ସମାନ ପରସ୍ଥିତି ସୃଷ୍ଟି କରିବାକୁ ଧମକ ଦେଇଥିଲେ। ଏହାକୁ ନେଇ ରବିବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ହରିଆଣା ଗୃହମନ୍ତ୍ରୀ ଅନିଲ ଭିଜ।

ଅନିଲ ଟ୍ୱୀଟ କରି ମୁଫତିଙ୍କୁ ସମାଲୋଚନା କରିବା ସହିତ ସେ ପାକିସ୍ତାନ ପଳାଇବା ଉଚିତ୍ ବୋଲି କହିଛନ୍ତି। ଆଫଗାନିସ୍ତାନରେ ଆମେରିକା ହଟିବା କାରଣରୁ ହିଁ ଏଭଳି ପରସ୍ଥିତି ସୃଷ୍ଟି ହେଇଛି। ମାତ୍ର ଭାରତ ନିଜ ସ୍ଥାନରୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ବିଜ୍ କହିଛନ୍ତି। ଏହା ସହିତ ଯଦି ମୁଫତି ଙ୍କୁ ପାକିସ୍ତାନ ଏତେ ପସନ୍ଦ ସେ ଭାରତ ଛାଡ଼ି ପାକିସ୍ତାନ ପଳାନ୍ତୁ ବୋଲି କହିଛନ୍ତି ଅନୀଲ। ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାର ଅଗଷ୍ଟ ୫, ୨୦୧୯ ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ।

Get real time updates directly on you device, subscribe now.