fbpx

କେରଳ ଓ କର୍ଣ୍ଣାଟକରେ ପୁଣି ବଢିଲା ଲକଡାଉନ୍ ଅବଧି, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି କେରଳ ଓ କର୍ଣ୍ଣାଟକରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । କେରଳରେ ଲକଡାଉନକୁ ମେ’ ୩୦ ପର୍ଯ୍ୟନ୍ତ ବଢାଯାଇଛି । ତିରୁଅନନ୍ତପୁରମ, ଏର୍ନାକୁଲମ ଓ ତିଶୁରରେ ଟ୍ରିପଲ ଲକଡାଉନ୍ ଆସନ୍ତାକାଲିଠାରୁ ପ୍ରତ୍ୟାହାର କରାଯିବ, କାରଣ ସେଠାରେ କରୋନା ସକ୍ରିୟ ମାମଲା ହ୍ରାସ ଘଟିଛି । କିନ୍ତୁ ମଲ୍ଲପୁରମରେ ଟ୍ରିପଲ ଲକଡାଉନ୍ ଜାରି ରହିବ । ରାଜ୍ୟର ବାକି ଅଞ୍ଚଳରେ ମେ’ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏନେଇ ସୂଚନା ଦେଇଛନ୍ତି ।

ଅନ୍ୟପଟେ କର୍ଣ୍ଣାଟକରେ ଆଉ ୧୪ ଦିନ ବଢାଯାଇଛି ଲକଡାଉନ୍ ଅବଧି । ରାଜ୍ୟରେ ଜୁନ୍ ୭ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା କହିଛନ୍ତି ଯେ, କରୋନାକୁ ନେଇ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀଙ୍କ ସହ ବୈଠକ ହୋଇଥିଲା, ଯେଉଁଥିରେ ଲକଡାଉନ୍ ନେବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ମେ’ ୨୪ ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଥିଲା । ବିଶେଷଜ୍ଞଙ୍କ ରାୟ ଅନୁସାରେ, ଆମେ ଜୁନ୍ ୭ ସକାଳ ୬ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ବଢାଇଛୁ ।’ ସକାଳ ୬ଟାରୁ ୧୦ଟା ଭିତରେ କିଣିହେବ ଅତ୍ୟାବଶ୍ୟକ ସାମଗ୍ରୀ ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୨୯,୬୭୩ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୪୨ ଜଣଙ୍କ ପ୍ରାଣ ନେଇଛି କରୋନା ମହାମାରୀ ।

Get real time updates directly on you device, subscribe now.