ଫେସ୍ବୁକରେ ସାଙ୍ଗ ହେଲେ, ୪ ଦିନ କଥାବାର୍ତ୍ତା, ପ୍ରଥମ ଦେଖାରେ ପ୍ରେମିକାକୁ ହତ୍ୟା କଲା ଜହ୍ଲାଦ ପ୍ରେମିକ
ଏମିତି ହତ୍ୟା କାଣ୍ଡ ଦେଖିନଥିବେ, ପ୍ରେମିକାକୁ ପ୍ରଥମ ଦେଖାରେ ହତ୍ୟା କଲା ପ୍ରେମିକ
ନୂଆଦିଲ୍ଲୀ: କର୍ଣ୍ଣାଟକର ମଣ୍ଡ୍ୟାରୁ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାରେ ଜଣେ ଯୁବକ ଏବଂ ଯୁବତୀ ଫେସବୁକରେ ସାଙ୍ଗ ହୋଇଥିଲେ।
୪ଦିନ ପର୍ଯ୍ୟନ୍ତ ଲଗାତାର କଥାବାର୍ତ୍ତା। ଏହାପରେ ପ୍ରେମିକକୁ ଭେଟିବାକୁ ଡାକିଲା ପ୍ରେମିକ। ହେଲେ ସେଇଠାରେ ପ୍ରେମିକାକୁ ହତ୍ୟା କରିଦେଲା ପ୍ରେମିକ।
ପୋଲିସର ସୂଚନା ମୁତାବକ, ୨୮ ବର୍ଷୀୟ ପ୍ରୀତି ଗୁରୁବାର ଦିନ ଫେସବୁକରେ କରୋଟିଗ୍ରାମର ନିବାସୀ ପୁତୀନଙ୍କୁ ପ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ। କିଛି ଘଣ୍ଟା ପରେ ଏମାନଙ୍କ ମଧ୍ୟରେ ଖୁବ କଥାବାର୍ତ୍ତା ଚାଲିଲା।
ଶୁକ୍ରବାର ଏବଂ ଶନିବାର ଦିନ ବହୁତ କଥାବାର୍ତ୍ତା ପରେ ଏମାନେ ରବିବାର ଦିନ ମୈସୁରୀ ଚାଲିଯାଇଥିଲେ।
ମୈସୁରୀରେ ପହଞ୍ଚିବା ପରେ ଦୁହେଁ ସହରରେ ବୁଲିବା ପରେ, ଏକ ଲଜରେ ରୁମ ନେଇଥିଲେ। ସେଠାରେ ଏମାନଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ମଧ୍ୟ ହୋଇଥିଲା। ହେଲେ ପ୍ରେମର ଏହି କହାଣୀ ଖୁବଶୀଘ୍ର ହତ୍ୟାର ମୋଡ଼ ନେଇଥିଲା।
ଏହାପରେ ଏହି ଦୁହେଁ ଲଜରୁ ଫେରୁଥିଲେ। ଏହି ସମୟରେ ପ୍ରୀତି ପୁତିନଙ୍କୁ କହୁଥିବା ତାଙ୍କ ସହ ରହିବା ଲାଗି। କିନ୍ତୁ ପୁତିନ ପ୍ରସ୍ତୁତ ନଥିଲେ। ସେ ପ୍ରୀତିଙ୍କର ମଜାକ ଉଡାଇଲେ।
ଏହାପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଲା। ପୁତିନ ଏକ ଜଙ୍ଗଲ ଆଡ଼କୁ କାର ନେଇଗଲେ। ସେଠାରେ ପ୍ରୀତିଙ୍କୁ ପଥରରେ ଛେଚି ମାରିଦେଲେ।
ଏହାପରେ ପୁତିନ ପ୍ରୀତିଙ୍କ ମୃତଦେହକୁ ନେଇ ନିଜ ଜମିରେ ପୋତିଦେଇଥିଲେ। କିନ୍ତୁ ଏହି ଅପରାଧ ଅଧିକ ଦିନ ଲୁଚିକି ରହିଲା ନାହିଁ। ଏହାପରେ ପ୍ରୀତି ପରିବାର ଲୋକେ ପ୍ରୀତିଙ୍କୁ ଖୋଜିବା ପରେ ଏହି କଥା ସାମ୍ନାକୁ ଆସିଲା।
ପୋଲିସ ପୁତିନଙ୍କୁ ଗିରଫ କରିବା ପରେ ଜେରାରେ ସବୁ ସତ ମାନିଥିଲେ ପୁତିନ। ଏହାପରେ ଆଉ ଏକ ସତ ସାମ୍ନାକୁ ଆସିଛି ଯେ, ପ୍ରୀତି ବିବାହିତା ଥିଲେ ଏବଂ ତାଙ୍କର ଦୁଇଟି ଶିଶୁ ଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି।