fbpx

ପେନସନଭୋଗୀଙ୍କ ପାଇଁ ଖୁସି ଖବର; ଏବେ ପ୍ରତି ମାସରେ ମିଳିବ ୩୦୦୦ ଟଙ୍କା, ଜାଣନ୍ତୁ ସହଜ ଉପାୟ

ନୂଆଦିଲ୍ଲୀ: ଯଦି ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ତେବେ ଆପଣଙ୍କ ପାଇଁ ରହିଛି ଖୁସିଖବର । ଏହି ଯୋଜନାରେ ଜଡ଼ିତ ଥିବା ଲୋକମାନଙ୍କୁ ବଡ଼ ବଡ଼ ଫାଇଦା ଦେବାରେ ଲାଗିଛନ୍ତି ସରକାର । ତେବେ ପିଏମ ଶ୍ରମ ଯୋଗୀ ମାନଧନ ଯୋଜନାରେ ସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଏକ ଉତ୍ତମ ଯୋଜନା ରହିଛି । ଏହି ଯୋଜନା ଅଧୀନରେ ରାସ୍ତାଘାଟରେ ବିକ୍ରି କରୁଥିବା ଲୋକେ, ରିକ୍ସା ଚାଳକ, ନିର୍ମାଣ ଶ୍ରମିକ ଏବଂ ଅନ୍ୟାନ୍ୟ ସମାନ କାର୍ଯ୍ୟରେ ନିୟୋଜିତ ଅସଂଗଠିତ କ୍ଷେତ୍ର ସହିତ ଜଡିତ ଶ୍ରମିକମାନେ ସେମାନଙ୍କର ବୃଦ୍ଧାବସ୍ଥାକୁ ସୁରକ୍ଷିତ ରଖିପାରିବେ ।

ଏହି ଯୋଜନା ଅଧିନରେ ପ୍ରତିଦିନ ୨ ଟଙ୍କା ସଞ୍ଚୟ କରି ଆପଣ ବର୍ଷକୁ ୩୬,୦୦୦ ଟଙ୍କର ପେନସନ୍ ନେଇପାରିବେ । ଏହି ଯୋଜନାକୁ ଆରମ୍ଭ କରିବାକୁ ଆପଣଙ୍କୁ ପ୍ରତି ମାସରେ ମାତ୍ର ୫୫ ଟଙ୍କା ଜମା କରିବାକୁ ପଡିବ । ତେବେ ୧୮ ବର୍ଷ ବୟସରେ ଯଦି ଆପଣ ୨ ଟଙ୍କା ସଞ୍ଚୟ କରନ୍ତି, ତେବେ ବାର୍ଷିକ ୩୬୦୦୦ ଟଙ୍କା ପେନସନ୍ ପାଇପାରିବେ । ଯଦି ଜଣେ ବ୍ୟକ୍ତି ୪୦ ବର୍ଷ ବୟସରୁ ଏହି ଯୋଜନା ଆରମ୍ଭ କରୁଛି, ତେବେ ତାଙ୍କୁ ପ୍ରତିମାସରେ ୨୦୦ ଟଙ୍କା ଜମା କରିବାକୁ ପଡିବ ।

୬୦ ବର୍ଷ ବୟସ ହେବା ପରେ ପେନସନ୍ ଭାବେ ଆପଣ ମାସକୁ ୩୦୦୦ ଟଙ୍କ ମିଳିବ ଅର୍ଥାତ୍ ବର୍ଷକୁ ଆପଣ ୩୬୦୦୦ ଟଙ୍କା ପାଇବେ । ଏହି ଯୋଜନାର ଲାଭ ଉଠାଇବାକୁ ଆପଣଙ୍କ ନିକଟରେ ଏକ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ଥିବା ଆବଶ୍ୟକ । ବ୍ୟକ୍ତିର ବୟସ ୧୮ ବର୍ଷରୁ କମ୍ ଓ ୪୦ ବର୍ଷରୁ ଅଧିକ ନହେବା ଦରକାର ।

କିପରି କରିବେ ପଞ୍ଜୀକରଣ;

– ଏଥିପାଇଁ ଆପଣଙ୍କୁ କମନ୍ ସିର୍ଭସ୍ ସେଣ୍ଟରକୁ ଯାଇ ପଞ୍ଜୀକରଣ କରିବାକୁ ପଡିବ । ଶ୍ରମିକମାନେ ସିଏସସି ସେଣ୍ଟରରେ ଥିବା ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିପାରିବେ । ସରକାରଙ୍କ ଏହି ଯୋଜନା ପାଇଁ ଏକ ୱେବ୍ ପୋର୍ଟାଲ୍ ମଧ୍ୟ ତିଆରି ହୋଇଛି ।

– ଏହି ସେଣ୍ଟରଗୁଡିକ ମାଧ୍ୟମରେ ଅନ୍ଲାଇାଇନ୍ ସମସ୍ତ ତଥ୍ୟ ଭାରତ ସରକାରଙ୍କ ନିକଟକୁ ଚାଲିଯିବ । ପଞ୍ଜୀକରଣ ପାଇଁ ଆପଣ ଆଧାର କାର୍ଡ, ଜନ ଧନ ବ୍ୟାଙ୍କ ଆକାଉଣ୍ଟ ପାସବୁକ୍, ମୋବାଇଲ୍ ନମ୍ବର ଦରକାର ।

– ଏହା ବ୍ୟତୀତ ସହମତି ପତ୍ର ମଧ୍ୟ ଦେବାକୁ ପଡିବ ଯାହା ବ୍ୟାଙ୍କ ଶାଖାରେ ମଧ୍ୟ ଦେବାକୁ ପଡିବ ଯେଉଁଠାରେ ଶ୍ରମିକଙ୍କର ବ୍ୟାଙ୍କ ଆକାଉଣ୍ଟ ରହିବ । ଯାହାଫଳରେ ପେନସନ୍ ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଇପାରିବ ।

Get real time updates directly on you device, subscribe now.