fbpx

ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ଼ ନିଷ୍ପତ୍ତି; ପିଆଜ ଉପରୁ ହଟିଲା ରପ୍ତାନି ଶୁଳ୍କ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମହାରାଷ୍ଟ୍ର ସରକାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ପିଆଜ ଉତ୍ପାଦନ କରୁଥିବା ଚାଷୀଙ୍କ ସପକ୍ଷରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ପିଆଜ ରପ୍ତାନି ଶୁଳ୍କ ୪୦ ପ୍ରତିଶତରୁ ୨୦ ପ୍ରତିଶତକୁ ହ୍ରାସ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନେ୍ଦ ସ୍ୱାଗତ କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଲାଭାନ୍ୱିତ ହେବେ ।

ମୁଖ୍ୟମନ୍ତ୍ରୀ ଏକନାଥ ଶିନେ୍ଦ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ‘ପିଆଜ ଉପରୁ ରପ୍ତାନି ଶୁଳ୍କ ହଟାଇବା ନେଇ ମୁଁ ମହାରାଷ୍ଟ୍ରର ସମସ୍ତ ପିଆଜ ଚାଷୀ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି । ପୂର୍ବରୁ ପିଆଜ ଉପରେ ଥିବା ରପ୍ତାନି ପ୍ରତିବନ୍ଧକକୁ ହଟାଯାଇଥିଲା କିନ୍ତୁ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା । ଏହି କାରଣରୁ ଚାଷୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା ।’ ସେ ଆହୁରି ମଧ୍ୟ କହିଛନ୍ତି କି ପିଆଜ ଉପରୁ ରପ୍ତାନି ଶୁଳ୍କ ହଟାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲି । ସର୍ବନିମ୍ନ ରପ୍ତାନି ଶୁଳ୍କ (ଟନ୍ ପିଛା ୫୫୦ ଡଲାର) ହଟାଇବା ନିଷ୍ପତ୍ତି ପିଆଜ ଚାଷୀଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର । ଏହା ଦ୍ୱାରା ପିଆଜ ରପ୍ତାନିରେ ଉଲ୍ଲେଖନୀୟ ବୃଦ୍ଧି ହେବା ସହ ଚାଷୀଙ୍କ ଆୟ ବି ବୃଦ୍ଧି ହେବ ।

Get real time updates directly on you device, subscribe now.