fbpx

ମମତା ସରକାରଙ୍କ ବଡ଼ ନିଷ୍ପତ୍ତି, ସିଲିଗୁଡ଼ିରେ CAA ବିରେଧୀ ରାଲି ରଦ୍ଦ

କୋଲକାତା: କେନ୍ଦ୍ର ସରକାରଙ୍କ ଦ୍ୱାରା ନାଗରିକତା ସଂଶୋଧନ ଅଧିନିୟମ(CAA) ଲାଗୁ ହେବା ପରେ ବିପକ୍ଷ ଦଳ ପକ୍ଷରୁ ବିରୋଧ ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଲିଗୁଡ଼ିରେ CAA ବିରୋଧରେ ଏକ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବିତ ରାଲିକୁ ବାତିଲ କରିବା ସହ କେବଳ ପ୍ରଶାସନିକ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ପରେ କୋଲକାତା ଫେରିଯିବେ ବୋଲି ଘୋଷଣା କରିଛନ୍ତି ।

କହିରଖୁଛୁ ଗତ ଲୋକସଭା ନିର୍ବାଚନରେ ଉତ୍ତର ବଙ୍ଗରେ ତୃଣମୂଳ କଂଗ୍ରେସର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି CAA ବିରୋଧି ରାଲି ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ବାତିଲ କରିଦିଆଯାଇଛି । ୨୦୧୯ରେ ଉତ୍ତର ବଙ୍ଗରେ ୮ଟି ଲୋକସଭା ଆସନରୁ ବିଜେପି ୭ଟି ଆସନରେ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ଗୋଟିଏ ସିଟ୍ ହାତେଇବାରେ ସଫଳ ହୋଇଥିଲା । ଏଠାରେ ତୃଣମୂଳ କଂଗ୍ରେସ ଖାତା ଖୋଲି ପାରିନଥିଲା । ପଶ୍ଚିମବଙ୍ଗରେ CAAର ଅଧିକଂଶ ପ୍ରଭାବ ଦେଖାଯିବାର ସମ୍ଭାବନା ରହିଛି କାରଣ ଏଠାରେ ୧୯୭୦ ଦଶକ ଏବଂ ତା ପରଠାରୁ ବାଂଲାଦେଶରୁ ଆସିଥିବା ହିନ୍ଦୁ ଧର୍ମର ଅନେକ ଲୋକ ନାଗରିକତ୍ୱକୁ ଅପେକ୍ଷା କରିଥିଲେ । ନାଗରିକତା ସଂଶୋଧନ ଅଧିନିୟମ ଅନ୍ତର୍ଗତ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ୨୦୧୪ ଡିସେମ୍ବର ୩୧ ଏବଂ ତା’ ପୂର୍ବରୁ ଭାରତ ଆସିଥିବା ଅଣ ମୁସଲମାନ ପ୍ରବାସୀ ଅର୍ଥାତ ହିନ୍ଦୁ, ଶିଖ୍, ଜୈନ, ବୈଦ୍ଧ, ପାରସୀ ଏବଂ ଖ୍ରୀଷ୍ଟିଆନମାନଙ୍କ ପାଇଁ ଭାରତୀୟ ନାଗରିକତ୍ୱ ପ୍ରଦାନ ପାଇଁ ବାଟ ଫିଟିଛି ବୋଲି ସରକାର କହିଛନ୍ତି ।

Get real time updates directly on you device, subscribe now.