ମନୀଷ ସିସୋଦିଆଙ୍କୁ ମିଳିଲାନି ଆରାମ: ଏପ୍ରିଲ ୬ ପର୍ଯ୍ୟନ୍ତ ବଢ଼ିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଆପ୍ ନେତା ମନୀଷ ସିସୋଦିିଆଙ୍କୁ ମିଳିଲାନି ଆରାମ । ମନୀଷଙ୍କ ନ୍ୟାୟିକ ହେପାଜତ ଏପ୍ରିଲ ୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟସଭାର ଶପଥ ଗ୍ରହଣ କରିବାକୁ କୋର୍ଟ ଆଜି ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ହାଜର ହେବାରୁ ଛାଡ୍ ଦେଇଛନ୍ତି । ଇଡି ଏକ ଆବେଦନ କରି କହିଛି ଯେ, ଅଭିଯୁକ୍ତମାନେ ପ୍ରାୟ ୯୫ ଟି ଆବେଦନ କରିଛନ୍ତି, ଯେଉଁ କାରଣରୁ ମାମଲାର ଶୁଣାଣି ବିଳମ୍ବ ହେଉଛି । ଇଡି ଆବେଦନକୁ ଅଭିଯୁକ୍ତଙ୍କ ପରାମର୍ଶଦାତା ବିରୋଧ କରି କହିଛନ୍ତି ଯେ ଅଧିକାଂଶ ଆବେଦନ ମୌଖିକ ଭାବେ କରାଯାଇଛି ।

ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ଯେ, କୋର୍ଟଙ୍କ ଆଦେଶ ପାଳନ କରିବାକୁ ଇଡି ଏକ ବର୍ଷ ସମୟ ନେଇଛି ଏବଂ ବର୍ତ୍ତମାନ ଇଡି କହୁଛି ଯେ ଅଭିଯୁକ୍ତଙ୍କ ଦ୍ୱାରା ମାମଲାର ଶୁଣାଣି ବିଳମ୍ବ ହେଉଛି ।

ସୋମବାର ଦିନ ଆମ୍ ଆଦମୀ ପାର୍ଟି (ଆପ୍) କହିଛି ଯେ ଅବକାରୀ ନୀତି ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା । ଦଳ ଅଭିଯୋଗ କରିଛି ଯେ, ଇଡି ବିଜେପିର ରାଜନୈତିକ ଶାଖା ଭଳି କାମ କରୁଛି । ଇଡି ସୋମବାର ଦିନ କହିଛି ଯେ, ବିଆରଏସର ନେତା କେ କବିତା ଓ ଅନ୍ୟ କିଛି ଲୋକ ଆମ୍ ଆଦମୀ ପାଟି ବା ଆପ୍କୁ ୧୦୦ କୋଟି ଟଙ୍କା ପ୍ରଦାନ କରି ଅବକାରୀ ନୀତିର ଲାଭ ପାଇବାକୁ ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିୟା ସମେତ ଦଳର ବରିଷ୍ଠ ନେତାଙ୍କ ସହ ଷଡଯନ୍ତ୍ର ରଚିଛନ୍ତି ।

Get real time updates directly on you device, subscribe now.