fbpx

ଏଣିକି ସହଜ ହେବ ମାଟ୍ରିକ୍ ପରୀକ୍ଷା, ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୂନା ପ୍ରଶ୍ନପତ୍ର

ଭୁୁବନେଶ୍ୱର: ଏଣିକି ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା । ଗଣଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୂନା ପ୍ରଶ୍ନପତ୍ର । ଫଳରେ ସେମାନେ ପରୀକ୍ଷା ପୂର୍ବରୁ ସେହି ଅନୁଯାୟୀ ନିଜକୁୁ ପ୍ରସ୍ତୁତ କରିପାରିବେ ।

ଗଣଶିକ୍ଷା ବିଭାଗ ପକ୍ଷରୁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ପରୀକ୍ଷା ଢାଞ୍ଚା ସହ ପରୀକ୍ଷାର୍ଥୀ ଅଭ୍ୟସ୍ତ ହୋଇପାରିବେ ବୋଲି ବିଭାଗ କହିଛି । ପିଲାଙ୍କ ପାଖରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ଡିଇଓଙ୍କୁ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି ପଠାଯାଇଛି ।

Get real time updates directly on you device, subscribe now.