fbpx

ଜାଣନ୍ତୁ ଋତୁସ୍ରାବ କଣ; ଆଉ ଏହି ସମୟରେ ମହିଳାଙ୍କ ମାନସିକ ଅବସ୍ଥା କିପରି ଥାଏ ?

ରିପୋର୍ଟ: ଝିଅ ଜୀବନରେ ଅନେକ ବାଧକତା ଥାଏ କିନ୍ତୁ ସେ ସବୁ କିଛି କୁ ପଛରେ ପକାଇ ସେ ଆଗକୁ ଚାଲେ। ପ୍ରତି ଦିନ ସହ ପ୍ରତି ମାସରେ ଗୋଟିଏ ଶାରୀରିକ ପୀଡାରେ ଝିଅ ତାର ଗୋଟିଏ ସପ୍ତାହ ବିତାଇଥାଏ। ତେବେ ଏହି ପୀଡା ଗୋଟିଏ ଝିଅ ପାଇଁ କିଛି ନୂଆ ନୁହେଁ। କାରଣ ସେ ଜାଣିଛି ତାକୁ ଏହି ପୀଡାକୁ ପ୍ରତି ମାସରେ ସହିବାକୁ ପଡିବ। ତେଣୁ ସେ ସେହି ପୀଡା ସହିତ ବଞ୍ଚିବା ଶିଖିଯାଏ। କାରଣ ୠତୁସ୍ରାବ ନାରୀ ସହିତ ଅଙ୍ଗାଙ୍ଗି ଭାବେ ଜଡିତ।

ବର୍ତ୍ତମାନ ଦୁନିଆରେ ୠତୁସ୍ରାବକୁ ନେଇ ବିଭିନ୍ନ ମତଭେଦ ଦେଖିବାକୁ ମିଳିଥାଏ। ଦୁନିଆର ଅନେକ ସ୍ଥାନରେ ମାସିକ ୠତୁସ୍ରାବ ସମୟରେ ପ୍ରବେଶ ନିଷେଧାଦେଶ ଅଟେ। ଏପର୍ଯ୍ୟନ୍ତ ଏହାକୁ ‘ସାଧାରଣ’ ଭାବରେ ସମ୍ବୋଧିତ କରାଯାଇ ନାହିଁ। ଅନେକ ଝିଅମାନେ ମାସର ଏହି ସମୟରେ ସାନିଟାରୀ ପ୍ୟାଡ୍, ସଫା ଶୌଚାଳୟ, କିମ୍ବା ବ୍ୟବହୃତ କପଡ଼ାର ନିରାପଦ ନିଷ୍କାସନ ପାଇଁ ମଧ୍ୟ ସୁବିଧା ପାଇନାହାଁନ୍ତି। ତେବେ ଏହି କାରଣରୁ କେବଳ ମୂତ୍ର ସଂକ୍ରମଣର କାରଣ ନୁହେଁ ବରଂ ସମୟ ସମୟରେ ସମାଧାନ କରା ନ ଗଲେ ଏହା ବନ୍ଧ୍ୟାତ୍ୱ ମଧ୍ୟ ସୃଷ୍ଟି କରିପାରେ।

ୠତୁସ୍ରାବ ବିଷୟରେ ସଚେତନତା ସୃଷ୍ଟି କରିବା ନିହାତି ଭାବେରେ ଆବଶ୍ୟକ। ତେବେ ୠତୁସ୍ରାବ କୁ ସାଧାରଣ ବୋଲି ବିବେଚନା କରିବା ପାଇଁ ବିଶ୍ୱ ମେନ୍ସୁରାଲ୍ ସ୍ୱଚ୍ଛତା ଦିବସ ମେ ୨୮କୁ ସମଗ୍ର ବିଶ୍ୱରେ ପାଳନ କରାଯାଏ। UNFPA ଅନୁଯାୟୀ, ମେ ୨୮ ନାରୀମାନଙ୍କର ମାସିକ ୠତୁସ୍ରାବକୁ ସୂଚିତ କରେ। ଯେହେତୁ ଏକ ପ୍ରଜନନ ଚକ୍ର ୨୮ ଦିନ ପର୍ଯ୍ୟନ୍ତ ରହିଥାଏ, ତେଣୁ ଏହି ତାରିଖକୁ ୨୮ କୁ ମନୋନୀତ ହୋଇଛି। ତେବେ ଚଳିତ ବର୍ଷ ର ବିଷୟବସ୍ତୁ ହେଉଛି ‘୨୦୩୦ ସୁଦ୍ଧା ୠତୁସ୍ରାବକୁ ଜୀବନର ଏକ ସାଧାରଣ ତଥ୍ୟ’ଭାବେ ଗ୍ରହଣ କରିବା।

ୠତୁସ୍ରାବ ଆଉ ପୀଡା : ୠତୁସ୍ରାବ ସମୟରେ ମୁଖ୍ୟତଃ ଝିଅ ମାନେ ବହୁତ ଚିଡଚିଡା ହେଇଯାନ୍ତି । ତାଙ୍କୁ ପେଟ ଯନ୍ତ୍ରଣା ମଧ୍ୟ ଅନୁଭବ ହୁଏ । କିଛି କିଛି ମହିଳା ମାନଙ୍କୁ ବାନ୍ତି ମଧ୍ୟ ହୁଏ ।
ଥକା ଲାଗିବା ,ଗୋଡ ହାତ ବ୍ୟଥା କରିବା ସହ ଭୋକ ନଲାଗିବାର ମଧ୍ୟ ଦେଖିବାକୁ ମିଳେ ।

ତେବେ ବର୍ତ୍ତମାନ ସମୟରେ ପ୍ରାୟତଃ ବହୁ ଲୋକ ଅଛନ୍ତି ଯେଉଁମାନେ ୠତୁସ୍ରାବକୁ ସାଧାରଣ ଭାବେ ଗ୍ରହଣ କରିପାରୁ ନାହାନ୍ତି କି ସେମାନେ ସର୍ବସାଧାରଣରେ ଏହି ବିଷୟରେ ଆଲୋଚନା ମଧ୍ୟ କରିପାରୁ ନାହାନ୍ତି। ଏହାକୁ ସେମାନେ ଆଜି ବି ଏକ ଗୋପନ କଥା ବୋଲି ଭାବୁଛନ୍ତି। ତେବେ ଏହା ଦ୍ବାରା ସେମାନେ ଯେଉଁ ଅସୁବିଧା ସହୁଛନ୍ତି ତାହାକୁ ମଧ୍ୟ ସେମାନେ ତାଙ୍କ ପରିବାର ବର୍ଗ କିମ୍ବା କୌଣସି ଲୋକ ମାନଙ୍କ ସହ ଆଲୋଚନା କରିପାରୁ ନାହାନ୍ତି।

Get real time updates directly on you device, subscribe now.