ଦୁନିଆରେ ସବୁଠୁ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି ମେଟା, ସମୁଦ୍ର ତଳେ କେବଲ ବିଛାଇବାକୁ ବାହାରିଛି ଏହି କମ୍ପାନୀ
ଦୁନିଆରେ ସବୁଠୁ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି ମେଟା, ସମୁଦ୍ର ତଳେ କେବଲ ବିଛାଇବାକୁ ବାହାରିଛି ଏହି କମ୍ପାନୀ
ୱାଶିଂଟନ୍: ଫେସବୁକ୍, ଇନଷ୍ଟାଗ୍ରାମ ପ୍ୟାରେଣ୍ଟିଂ କମ୍ପାନୀ ମେଟା ଭାରତକୁ ନେଇ ଏକ ବଡ଼ ପ୍ରୋଜେକ୍ଟ ହାତକୁ ନେଇଛି । ଦୁନିଆର ସବୁଠାରୁ ଲମ୍ବା ଅଣ୍ଡର ୱାଟର କେବଲ ପ୍ରୋଜେକ୍ଟ କାମ ଆରମ୍ଭ କରିବାକୁ ଯାଉଛି ମେଟା ।
ସମୁଦ୍ର ତଳେ ବିଛାଯିବାକୁ ଥିବା ଏହି ନେଟୱାର୍କ ଜରିଆରେ ଆମେରିକା, ଭାରତ, ଦକ୍ଷିଣ ଆଫ୍ରିକା, ବ୍ରାଜିଲକୁ ଅନ୍ୟ ଦେଶଗୁଡ଼ିକ ସହ ଯୋଡ଼ାଯାଇ ପାରିବ । ଏହାର ନାମ ରଖାଯାଇଛି ପ୍ରୋଜେକ୍ଟ ୱାଟର ବର୍ଥ । ଯେଉଁଥିରେ ୫୦ ହଜାର କିଲୋମିଟର କେବଲ ବିଛାଯିବ ।
ଲାଭବାନ ହେବ: ଭାରତରେ ଡିଜିଟାଲ ଇନଫ୍ରାଷ୍ଟ୍ରକଚରରେ ବିକାଶ ଦେଖିବାକୁ ମିଳିଛି । ପ୍ରୋଜେକ୍ଟ ୱାଟରବର୍ଥ ଏହି ବିକାଶକୁ ଅଧିକ ଅଗ୍ରସର କରିବାରେ ଏବଂ ଭାରତର ଡିଜିଟାଲ ଇକୋନୋମିକକୁ ବଢ଼ାଇବାରେ ସାହାଯ୍ୟ କରିବ ।
ସମ୍ପୂର୍ଣ୍ଣ ଦୁନିଆର ଇଣ୍ଟରନେଟ୍ ଟ୍ରାଫିକ ଅଣ୍ଡରସି କେବଲ ଅର୍ଥାତ୍ ସମୁଦ୍ର ତଳେ ବିଛାଯାଇଥିବା ନେଟୱର୍କ ଉପରେ ନିର୍ଭର କରୁଛି । ୯୫% ଇଣ୍ଟରନେଟ୍ ଟ୍ରାଫିକ୍ ଏହି କେବଲ ଜରିଆରେ ଟ୍ରାନ୍ସଫର ହୋଇଥାଏ ।