ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା: ଭଲ ଷ୍ଟାର୍ଟ ପରେ ବି ଦଳକୁ ମିଳିଲା ଲଗାତାର ଅଷ୍ଟମ ପରାଜୟ

ମୁମ୍ବାଇ: IPL ର ସବୁଠାରୁ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଛି ଲଗାତାର ଅଷ୍ଟମ ପରାଜୟ । ଏଥର ଦଳ ଆଗରେ ଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ଅଧିନାୟକଙ୍କ ରାହୁଲଙ୍କ ଶତକ ବଳରେ ମୁମ୍ବାଇକୁ ମିଳିଥିଲା ୧୬୯ ରନର ଟାର୍ଗେଟ । ମୁମ୍ବାଇ ପକ୍ଷରୁ ରୋହିତ ଏକ ଭଲ ଆରମ୍ଭ ଦେଇଥିଲେ ବି ଦଳ ୩୬ ରନରେ ପରାଜୟ ବରଣ କରିଛି । ତେବେ ସୁପର ଜିଆଣ୍ଟସ ପକ୍ଷରୁ ଦ୍ୱିତୀୟ ଇନିଂସରେ ହିରୋ ପାଲଟିଛନ୍ତି ମୁମ୍ବାଇର ପୂର୍ବତନ ଖେଳାଳି କ୍ରୁନାଲ ପାଣ୍ଡ୍ୟା ।

From Krunal Pandya's stunned reaction to Hasaranga's Neymar-inspired gesture - Viral celebrations at IPL 2022

୧୬୯ ରନର ଲକ୍ଷ୍ୟ ନେଇ ପଡିଆକୁ ଆସିଥିବା ରୋହିତ ଶର୍ମା ଏବଂ ଇଶାନ କିଶାନ ଭଲ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ୨ ରନରେ ହିଁ ଇଶାନ ରବି ବିଷ୍ଣୋଇଙ୍କ ଶିକାର ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା ମୁମ୍ବାଇ । ବେବି ଡିଭିଲିୟର୍ସ ଏବଂ ସୂର୍ଯ୍ୟକୁମାର ଯାଦବ ଆଜି ଫେଲ ମାରିଛନ୍ତି । ଏହା ପରେ ତିଳକ ବର୍ମା ଛୋଟ ପାଳି ଖେଳି ଆଉଟ ହୋଇଯାଇଥିଲେ । ୨୭ ବଲରେ ୩୮ ରନ କରି ଖେଳୁତିବା ବେଳେ ଜାସନ ହୋଲ୍ଡର ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଦଳର ଆଶା ଭରସା ପୋଲାର୍ଡ ବି ପୁରୁଣା ସାଥୀ କ୍ରୁନାଲ ପାଣ୍ଡ୍ୟାଙ୍କ ବଲରେ ଆଉଟ ହୋଇଯାଇଥିଲେ । ଶେଷ ଓଭରରେ କ୍ରୁନାଲଙ୍କ ବଲ ବୁଝି ପାରିନଥିଲେ ମୁମ୍ବାଇର ଖେଳାଳି । ଫଳରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ମ୍ୟାଚ ହାତଛଡା କରିଛି ମୁମ୍ବାଇ । ଦଳ ୮ଟି ୱିକେଟ ହରାଇଥିବା ବେଳେ ୩ ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି । ଫଳରେ ୩୬ ରନରେ ମ୍ୟାଚରେ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

IPL 2022, MI Vs LSG: Where To Get Mumbai Indians Vs Lucknow Super Giants Live Streaming

ତେବେ ସୁପର ଜିଆଣ୍ଟସ ପକ୍ଷରୁ ସବୁଠାରୁ ସଫଳ ବୋଲର ପାଲଟିଛନ୍ତି କ୍ରୁନାଲ ପାଣ୍ଡ୍ୟା । ୪ ଓଭରରେ ମାତ୍ର ୨୦ ରନ ବ୍ୟୟ କରି ୩ଟି ମୂଲ୍ୟବାନ ୱିକେଟ ଅକ୍ତିଆର କରିବାରେ ସେ ସଫଳ ହୋଇଛନ୍ତି । ତେବେ ଅନ୍ୟମାନଙ୍କ ମଧ୍ୟରେ ମହସିନ କାନ, ଦୁଷ୍ମନ୍ତା ଚମୀରା ଉଭୟଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିବା ବେଳେ ଆୟୁଶ ବାଦୋନୀ ଏବଂ ଜାସନ ହୋଲ୍ଡର ମଧ୍ୟ ଗୋଟିଏ ଲେଖାଏଁ ଶିକାର କରିଛନ୍ତି ।