fbpx

ହିଟ୍ ଫିଲ୍ମ ଦେବା ପାଇଁ ସଂଘର୍ଷ କରୁଛନ୍ତି ଏହି ଫ୍ଲପ୍ ଅଭିନେତା

ମୁମ୍ବାଇ: ବଲିଉଡ଼ରେ ଏଣ୍ଟ୍ରି କରିବା ଏତେ ସହଜ କଥା ନୁହେଁ । ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥାଏ । ଆଜି ଆମେ କଥା ହେବା ଏମିତି ଜଣେ ସୁପରଷ୍ଟାରଙ୍କ ପୁଅ ବିଷୟରେ ଯିଏ ଅଧିକାଂଶ ଫ୍ଲପ୍ ଫିଲ୍ମ ଦେଇଛନ୍ତି । ଏହି ଅଭିନେତା ଜଣଙ୍କ ନିଜ ୧୫ ବର୍ଷର ଫିଲ୍ମ କ୍ୟାରିୟରରେ ମାତ୍ର ୧ ହିଟ୍ ଫିଲ୍ମ ଦେଇଛନ୍ତି । ବର୍ତ୍ତମାନ ୧୨ ବର୍ଷରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ତିଷ୍ଟିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ସେ ଆଉ କେହି ନୁହନ୍ତି ବରଂ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ।

୨୦୦୮ ମସିହାରେ ବଡ଼ ପରଦାରେ ରିଲିଜ ହୋଇଥିବା ‘ଜିମ୍ମି’ ଫିଲ୍ମରୁ ମିମୋହ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ୧୯୭୪ର ଫିଲ୍ମ ‘ମଜବୁର’ର ରିମେକ୍ ଥିଲା । କିନ୍ତୁ ଏହା ବକ୍ସ ଅଫିସରେ ଫ୍ଲପ୍ ହେଲା । ମିମୋହ ନିଜ ଆକ୍ଟିଂ ଜରିଆରେ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିନଥିଲେ । ଏହା ଏକ ଥ୍ରିଲର ଫିଲ୍କ ଥିଲା ଯାହା ମାତ୍ର ୧.୮୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ପରେ ୨୦୨୨ରେ ‘ହଣ୍ଟେଡ୍ ଥ୍ରଡ଼ି’ ଫିଲ୍ମ ମାଧ୍ୟମରେ ମିମୋହ ଦର୍ଶକଙ୍କ ଉପରେ ଜାଦୁ କରିଥିଲେ । ଏହା ବକ୍ସ ଅଫିସରେ ହିଟ୍ ହୋଇଥିଲା । ୧୩ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମ ୩୭ କୋଟି ଟଙ୍କାର ବ୍ୟବସାୟ କରିଥିଲା । ବର୍ତ୍ତମାନ ମିମୋହଙ୍କ ନାଁ ଫ୍ଲପ୍ ଆକ୍ଟରଙ୍କ ତାଲିକାରେ ସାମିଲ ଅଛି ।

Get real time updates directly on you device, subscribe now.