fbpx

ଟୋକିଓ ଅଲିମ୍ପିକ୍ସରେ ମା’ ଉପହାର ଦେଇଥିବା ଅଲିମ୍ପିକ୍ ରିଙ୍ଗ ଆକୃତିର କାନଫୁଲ ପିନ୍ଧିଥିଲେ ମିରାବାଈ ଚାନୁ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତ ପଦକ ତାଲିକାରେ ନିଜର ଖାତା ଖୋଲିବାରେ ସଫଳ ହୋଇଛି । ଭାରୋତ୍ତୋଳନରେ ମହିଳା ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ମିରାବାଈ ଚାନୁ ଇତିହାସ ସୃଷ୍ଟି କରିଛନ୍ତି। ଅଲିମ୍ପିକ ଗେମ୍ସ ଇତିହାସରେ ଏହା ଭାରତର ପଞ୍ଚମ ରୌପ୍ୟ ପଦକ । ଭାରୋତ୍ତୋଳନରେ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବାରେ ମିରବାଇ ଚାନୁ ହେଉଛନ୍ତି ଦ୍ୱିତୀୟ ମହିଳା । ଟୋକିଓ ଅଲିମ୍ପିକ୍ସରେ ୪୯ କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ଚୀନ୍ର ଜିଜିହୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଏହାରି ମଧ୍ୟରେ ମିରାବାଇ ଚାନୁ ଟୋକିଓ ଅଲିମ୍ପିକ୍ସରେ ଖୋଳିବା ସମୟରେ ଅଲିମ୍ପିକ୍ ରିଙ୍ଗ ପରି କାନଫୁଲ ପିନ୍ଧିଥିଲେ, ଆଉ ସେ ମହିଳା ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ଏହାକୁ ନେଇ ତାଙ୍କ ମା’ ସାଇଖୋମ୍ ଅନଗବି ଟୋମି ଲେମା କହିଛନ୍ତି ଏହାକୁ ସେ ୨୦୧୬ ରିଓ ଅଲିମ୍ପିକ ପୂର୍ବରୁ ଦେଇଥିଲେ । ଏହାକୁ ସେ ତାଙ୍କ ପାଖରେ ଥିବା ସୁନା ଏବଂ ସଞ୍ଚୟ କରିଥିବା ଟଙ୍କାରେ ତିଆରି କରିଥିଲେ । ଯାହା ତାଙ୍କ ପାଇଁ ସୌଭାଗ୍ୟ ଏବଂ ସଫଳତା ଆଣିଦେଇଥିଲା ।

Get real time updates directly on you device, subscribe now.