fbpx

କୁନି ଝିଅର ଗୁହାରି ଶୁଣିଲେ ମୋଦୀ, ଭାଇରାଲ୍ ଭିଡିଓ ପରେ ଆରମ୍ଭ ହେଲା ସ୍କୁଲ ନିର୍ମାଣ କାର୍ଯ୍ୟ

ଜାମ୍ମୁ: ଜାମ୍ମୁର କାଥୁଆ ଜିଲ୍ଲାର ବିଲାୱାରର ଲୋହିଆ ମାଲହରରୁ ଭାଇରାଲ ହୋଇଥିବା ଜଣେ କୁନି ଝିଅର ଆକୁଳ ନିବେଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା କରିଛନ୍ତି । ତୃତୀୟ ଶ୍ରେଣୀରେ ପଢୁଥିବା ଏହି ଝିଅଟି ତାଙ୍କ ସ୍କୁଲର ଅବସ୍ଥା ବିଷୟରେ ଏକ ଭିଡିଓ ଭାଇରାଲ କରି ମୋଦୀଙ୍କ ଅନୁରୋଧ କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ ‘ପ୍ରଧାନମନ୍ତ୍ରୀ, ଆପଣ ସମସ୍ତଙ୍କ କଥା ଶୁଣନ୍ତି, ତେଣୁ ମୋଦୀ ଜି ମୋ ସ୍କୁଲରେ ଏକ ଭଲ କୋଠା ନିର୍ମାଣ କରନ୍ତୁ। ନିର୍ମାଣ କାର୍ଯ୍ୟ ଅଧାରେ ରହିଛି, ଆମେ ଏହି ଖରାପ ଚଟାଣରେ ବସୁଛୁ । ଯାହା ଦ୍ୱାରା ଆମ ଡ୍ରେସ୍ ଖରାପ ହେଉଛି ଏବଂ ମାଆ ଠାରୁ ମାଡ ଖାଇବାକୁ ପଡୁଛି । ଶୌଚାଳୟ ବି ନାହିଁ, ଯାହା ଫଳରେ ସୌଚ ହେବା ପାଇଁ ଆମକୁ ପାହାଡ ତଳକୁ ଯିବାକୁ ପଡୁଛି ।’ ମୋଦୀ ଜୀ ଆପଣ ସମସ୍ତଙ୍କ କଥା ଶୁଣୁଛନ୍ତି, ମୋ କଥା ବି ଶୁଣନ୍ତୁ… ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଜାମ୍ମୁ କାଶ୍ମୀର ସରକାରଙ୍କ ଶିକ୍ଷା ବିଭାଗରେ ଆଲୋଡ଼ନ ସୃଷ୍ଟି କରିଛି। ଏହା ପରେ ଜାମ୍ମୁ ସ୍କୁଲ ଶିକ୍ଷା ନିର୍ଦ୍ଦେଶକ ଡକ୍ଟର ରବି ଶଙ୍କର ଶର୍ମା କାଥୁଆ ଜିଲ୍ଲାର ଲୋହାଇ ଗ୍ରାମରେ ଅବସ୍ଥିତ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ତତକ୍ଷଣାତ୍ ଶିକ୍ଷା ବିଭାଗ ବିଦ୍ୟାଳୟ ନିର୍ମାଣ କାର‌୍ୟ୍ୟ ଆରମ୍ଭ କରିଥିଲେ।

ତୃତୀୟ ଶ୍ରେଣୀର ଛାତ୍ରୀ ସିରାତ ନାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବୋଧିତ କରି ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଝିଅଟି ଭିଡିଓ ମାଧ୍ୟମରେ ବିଦ୍ୟାଳୟର ବିଭିନ୍ନ ଅଂଶର ଖରାପ ଅବସ୍ଥା ଦେଖାଇବାକୁ ଚେଷ୍ଟା କରିଥିଲା । ଏହି ଭିଡିଓଟି ଗତ ଏକ ସପ୍ତାହ ପୂର୍ବରୁ ନିଆଁ ଭଳି ବ୍ୟାପିଯାଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୁରନ୍ତ ଏହି ବିଦ୍ୟାଳୟ ନିର୍ମାଣ ପାଇଁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଗଲା । ବର୍ତ୍ତମାନ ନାଜଙ୍କ ବିଦ୍ୟାଳୟରେ ଫ୍ଲୋର ଟାଇଲ ସ୍ଥାପନ ଏବଂ ପୁନଃନିର୍ମାଣ କାର୍ଯ୍ୟ ଚାଲିଛି। ବର୍ତ୍ତମାନ ଝିଅଟି ସ୍କୁଲ ମରାମତି କାର୍ଯ୍ୟକୁ ନେଇ ବହୁତ ଖୁସି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛି ।

Get real time updates directly on you device, subscribe now.