fbpx

(Video) ଜଣେ ନବୀନ-ଜଣେ ମୋହନ, ଓଡ଼ିଶାବାସୀଙ୍କ ଦୁଇଟି ରତ୍ନ: ଜଣେ ହୃଦୟରେ ରହିଥିଲେ, ଆଉ ଜଣେ ଏବେ ହୃଦୟରେ ରହିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଅପରାଜେୟ ରହିଥିଲେ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ରହିବା ପରେ ସେ ଯେତେବେଳେ କ୍ଷମତାଚ୍ୟୁତ ହେଲେ ସେତେବେଳେ ରାଜ୍ୟବାସୀ ତାହାକୁ ସହଜରେ ଗ୍ରହଣ କରିପାରି ନଥିଲେ । ଆଜି ବି ରାଜ୍ୟର କିଛି ଗାଁ ଗଣ୍ଡାରେ ଲୋକମାନେ ନବୀନଙ୍କୁ ଝୁରି ଝୁରି କାନ୍ଦୁଥିବା ଶୁଣାଯାଉଛି । ବିଜେଡି ହାରିଗଲା ସିନା, ମାତ୍ର ନବୀନ ହାରି ନାହାନ୍ତି ବୋଲି ସୋସିଆଲ ମିଡ଼ିଆରେ ପୋଷ୍ଟ ଛାଇ ଯାଇଥିଲା ।

ତେବେ ନବୀନ ଆଜି ବି ଲୋକଙ୍କ ହୃଦୟରେ ରହିଥିବା ବେଳେ ଏହା ମଧ୍ୟରେ ଆଜି ମୋହନ ଚରଣ ମାଝୀଙ୍କ ପରି ଜଣେ ସରଳ, ନମ୍ର ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ଘୋଷଣା କରିଛି । ନବୀନଙ୍କ ପରି ମୋହନ ମଧ୍ୟ ରାଜ୍ୟବାସୀଙ୍କ ସୁଖଦୁଃଖରେ ରୁହନ୍ତୁ, ରାଜ୍ୟର ବିକାଶ କରନ୍ତୁ ଏହା ଆଜି ରାଜ୍ୟବାସୀ କାମନା କରିଛନ୍ତି । ନବୀନ ଯେପରି ରାଜ୍ୟବାସୀ ହୃଦୟ ଜୟ କରିପାରିଥିଲେ, ଅନୁରୂପ ଭାବେ ମୋହନ ମଧ୍ୟ ରାଜ୍ୟବାସୀଙ୍କୁ ସର୍ବଦା ଖୁସିରେ ରଖିବାକୁ ପ୍ରୟାସ କରିବେ ।
ନବୀନ ରାଜ୍ୟବାସୀଙ୍କ ପାଇଁ ଜଣେ ରତ୍ନ ସଦୃଶ ହୋଇଥିବା ବେଳେ ମୋହନ ମଧ୍ୟ ଆଗକୁ ରତ୍ନ ଭଳି ଚମକି ଉଠନ୍ତୁ ଏହା ରାଜ୍ୟବାସୀ ଚାହୁଁଛନ୍ତି । ପୂର୍ବ ପରି ପୁଣି ଥରେ ସୁନାର ଓଡ଼ିଶା ହସିଉଠୁ ଏହା ଆଜି ସଭିଙ୍କ ମନରେ ଗୁଞ୍ଜରିତ ହେଉଛି । କାଲି ଓଡ଼ିଶା ବିକାଶ କରୁଥିଲା ଆଉ ଆଗକୁ ମଧ୍ୟ କରିବ । ସମୟ ବଦଳିବା ସହିତ ନୂଆ ନୂଆ ରାଜନୈତିକ ଦଳ କ୍ଷମତାକୁ ଆସିବେ ଆଉ ଯିବେ । ମାତ୍ର ନବୀନଙ୍କ ପରି ମୋହନ ବି ସୁନା ଅର୍ଜନ କରନ୍ତୁ, ରାଜ୍ୟବାସୀଙ୍କୁ ଖୁସିରେ ରଖନ୍ତୁ ଏହା ସମସ୍ତେ କାମନା କରୁଛନ୍ତି ।

Get real time updates directly on you device, subscribe now.