fbpx

ଲୁଚିକି ମଜା ଦେଖୁଛି ସାଇକୋ ବୟଫ୍ରେଣ୍ଡ୍‌, ମୋହିତ-ସୋନାଲିଙ୍କୁ କନ୍ଦାଇ ସାରିଲାଣି

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ପର୍ଭଟ ପ୍ରେମିକର ପ୍ୟାସନ୍ ବାହାଘର ପୂର୍ବରୁ ବି  ଥିଲା; ଆଉ ପ୍ରେମିକା ବାହାଘର ପରେ ବି ତାକୁ ଶାନ୍ତିରେ ବଞ୍ଚିବାକୁ ଦେଉନି , ଏହି ପୋଜେସିଭ ପ୍ରେମିକ । ଟାଟୁ ଗାର୍ଲ୍ ନାଁ ରେ ଦୁର୍ନାମ ମୁଣ୍ଡାଇଥିବା ସୋନାଲିଙ୍କ ଜୀବନରେ ବିଷ ମିଶାଇ ଚାଲିଛି ପୋଜେସିଭ୍‌ ପ୍ରେମିକ!

ଏହି ଟୁକା ପାଇଁ ୨୦୨୦ ରେ ସୋନାଲିଙ୍କୁ ଗୁଳି ଖାଇବାକୁ ପଡ଼ିଥିଲା। ଜଙ୍ଘରେ ଗୁଳି ବାଜିବା ପରେ ରାଜଧାନୀ ସମେତ ରାଜ୍ୟରେ ଅପମାନିତର ଶିକାର ହୋଇଥିଲେ ସୋନାଲି। ନିଜ କ୍ରୋଧର ଜ୍ୱାଳାକୁ ଶାନ୍ତ କରିବା ପରେ ବି ଶାନ୍ତି ପାଇ ନଥିଲା ଟୁକା। ଆଉ ସୋନାଲିଙ୍କ ବାହାଘର ପରେ ତାଙ୍କ ହସ ଖୁସିର ଏହି ଫୋଟକୁ ଦେଖି ଟୁକା ସାଇକୋ ପାଲଟି ଯାଇଥିବା ସାଧାରଣରେ କୁହାଯାଉଛି। ସୋନାଲିଙ୍କ ସହ ବିତାଇଥିବା  କିଛି ବନ୍ଧୁତ୍ୱର ଗୋପନୀୟ ମୁହୂର୍ତ୍ତକୁ ଅସ୍ତ୍ର ରୂପେ ବ୍ୟବହାର କରିଥିଲା ସ୍ଵାମୀର ବ୍ରେନ ୱାଶ୍‌ କରିବା ପାଇଁ। ଆଉ ସ୍ଵାମୀ ମୋହିତଙ୍କ ବ୍ରେନ ୱାଶ୍‌ କରିବା ପରେ ଏବେ ମୋହିତ ପାଗଳ ପ୍ରାୟ ହୋଇ ଯାଇଛନ୍ତି। ଆଉ ଚାହୁଛନ୍ତି ସ୍ତ୍ରୀ ସୋନାଲିଙ୍କ ସହ ସମ୍ପର୍କ ତୁଟାଇ ଦେବାକୁ। ସେପଟେ ସୋନାଲି ବି କାନ୍ଦୁଛନ୍ତି କିନ୍ତୁ ଟୁକା ଲୁଚିକି ମଜା ଲୁଟୁଛି।

ଭୁବନେଶ୍ୱରରେ ଫ୍ୟାଶନ ଡିଜାଇନ୍ କରୁଥିବା ସମୟରେ ନିଜ ବନ୍ଧୁତ୍ୱକୁ ସମ୍ମାନ ଦେବାକୁ ଯାଇ ଟୁକା ନାମରେ ଟାଟୁ କରିଥିଲେ। ଆଉ ସେଇ ଟୁକା ସୋନାଲିଙ୍କ ଜୀବନରେ ନିଆଁ ଲଗାଇବାକୁ ବସିଛି। ତେବେ ପ୍ରଶ୍ନ ଉଠୁଛି ସୋନାଲିଙ୍କ ଚରିତ୍ର ସାର୍ଟିଫିକେଟ୍ ଦେଉଥିବା ଏହି ଟୁକା କେଉଁଠି ଲୁଚିକି ବସିଛି? ଗୋଟିଏ ସ୍ତ୍ରୀ ବିରୋଧରେ ସ୍ଵାମୀର ମୁଣ୍ଡ ଖରାପ କରି ଆଉ ଗଣମାଧ୍ୟମରେ ଉଭୟଙ୍କ କାନ୍ଦ ଦେଖି ମଜା ଲୁଚୁଛି ଟୁକା? ଜୀବନରେ ଭୁଲ ତ ସମସ୍ତେ କରନ୍ତି, ହେଲେ ଅତୀତରେ କରିଥିବା ସେଇ ଭୁଲକୁ ବର୍ତ୍ତମାନରେ ହତିଆର ରୂପେ ପ୍ରୟୋଗ କରି କାହିଁକି ସୋନାଲି ଆଉ ତାଙ୍କ ପେଟରେ ବଢୁଥିବା ଛୁଆର ଭବିଷ୍ୟତ ସହ ଖେଳୁଛି ଏହି ସାଇକୋ ଟୁକା?

ନିଜର ଉଦ୍ଧତ ଚରିତ୍ର ପାଇଁ 2020 ରେ ସୋନାଲିଙ୍କୁ ଗୁଳି ମାଡ଼ କରିବା ପରେ ଜେଲରେ ସଜା କାଟିଥିଲା ଟୁକା। ବୋଧହୁଏ ସେଇ ଅପମାନର ପ୍ରତିଶୋଧ ଏବେ ନେଉଛି ଟୁକା। ମୋହିତ ଆଉ ସୋନାଲିଙ୍କ ପରିବାର ସହିତ ତାଙ୍କ ପ୍ରତିଷ୍ଠା ଏବେ ମାଟିରେ ମିଶି ମିଶିବାରେ ଲାଗିଛି। ଆଉ ପରସ୍ପରକୁ ପ୍ରେମ କରି ବିବାହ କରିଥିବା ସୋନାଲି ଆଉ ମୋହିତ ଏବେ ପରସ୍ପର ଠାରୁ ଅଲଗା ହେବାକୁ ଚାହୁଛନ୍ତି। ତେବେ ପ୍ରଶ୍ନ ଉଠିଛି କାହିଁକି ଟୁକାକୁ ଏଯାଏ ଜେରା କରାଯାଇ ନାହିଁ? ଟୁକାର ଉଦ୍ଦେଶ୍ୟ କଣ? ମୋହିତଙ୍କୁ ତାଙ୍କ ସ୍ତ୍ରୀଙ୍କ ଚରିତ୍ର ସାର୍ଟିଫିକେଟ୍ ଦେବା? ନା ସୋନାଲିଙ୍କ ଘର ଭାଙ୍ଗିବା? ତେବେ ସେ ଟୁକାର ମାନସିକତା କଣ? ତେବେ ଟୁକା କେବେ ସାମ୍ନାକୁ ଆସିବ ନା ଲୁଚିଛପି ସୋସିଆଲ ମିଡିଆରେ ସ୍ଵାମୀ ସ୍ତ୍ରୀ ଝଗଡ଼ାର ମଜା ଲୁଟିବ? କଥା ଆଉ ଏମିତି ନୂହେଁ ତ ତଦନ୍ତ ଡରରେ ପରଦା ପଛରେ ଲୁଚି ବସିଛି ଏହି ଟୁକା?

Get real time updates directly on you device, subscribe now.