fbpx

ବଢିଲା ଅନୀଲ ଦେଶମୁଖଙ୍କ ଅଡୁଆ: ସମ୍ପତ୍ତି ଆଟାଚ୍ କଲା ଇଡି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ ବଢିବାରେ ଲାଗିଛି । ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅନୀଲଙ୍କୁ ୪ କୋଟିର ସମ୍ପତ୍ତିକୁ ଆଟାଚ୍ କରାଯାଇଛି । ଅର୍ଥ ହେରଫେର ମାମଲାରେ ଦେଶମୁଖଙ୍କ ସମ୍ପତ୍ତି ଆଟାଚ୍ କରାଯାଇଥିବା ଜଣାପଡିଛି । ଏହା ପୂର୍ବରୁ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମ ବୀର ସିଂଙ୍କ ଦୁର୍ନୀତି ଅଭିଯୋଗକୁ ନେଇ ଦେଶମୁଖଙ୍କୁ ଇଡି ସମନ ଜାରି କରିଥିଲା ।

ପ୍ରତି ମାସରେ ୧୦୦ କୋଟିର ଚାନ୍ଦା ଆଦାୟ ପାଇଁ ଦେଶମୁଖ ତାଙ୍କୁ ବାଧ୍ୟ କରୁଥିବା ନେଇ  ଅଭିଯୋଗ କରିଥିଲେ ପରମବୀର । ଦେଶମୁଖ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ତେବେ ଏପ୍ରିଲ ମାସରେ ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ ଦେଶମୁଖ । ଏହା ପୂର୍ବରୁ ଗତ ମାସରେ ଇଡି ସମ୍ମୁଖରେ ହାଜର ହେବା ପାଇଁ ସମନ କରାଯାଇଥିଲେ ହେଁ ଦେଶମୁଖ ହାଜର ହୋଇନଥିଲେ ।

Get real time updates directly on you device, subscribe now.