fbpx

୧୯୮୯ ମସିହାରୁ ଏଯାବତ୍ ଜମ୍ମୁରେ ୫ ହଜାର ୮୦୦ରୁ ଅଧିକ ସୁରକ୍ଷାକର୍ମୀ ହୋଇଛନ୍ତି ସହିଦ୍

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଆଜି ଯାଏଁ ତାଜା ରହିଛି । ଏଥିଯୋଗୁଁ ହେଉଥିବା ବିବାଦ କାରଣରୁ ସୀମାରେ ଅନେକ ଯବାନଙ୍କ ପ୍ରାଣ ଯାଇଛି । ଆଉ ଏହି ବିବାଦ କାରଣରୁ ହିଁ ଅନେକ ଯବାନଙ୍କ ପରିବାର ସେମାନଙ୍କ ଘରର ମୂରବିଙ୍କୁ ହରାଉଛନ୍ତି । ୧୯୮୯ ମସିହାରୁ ଆରମ୍ଭ କରି ପାଖାପାଖି ୫ ହଜାର ୮୦୦ରୁ ଅଧିକ ସୁରକ୍ଷାକର୍ମୀ ଜାମ୍ମୁ-କାଶ୍ମୀର ସୀମାରେ ନିଜ ନିଜ ଜୀବନ ଉତ୍ସର୍ଗ କରିଛନ୍ତି । ଏନେଇ ଆଜି ସଂସଦରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ତଥ୍ୟ ରଖିଛନ୍ତି । ଏ ତଥ୍ୟ ୧୯୮୯ ମସିହାରୁ ଅଗଷ୍ଟ ୫, ୨୦୧୯ ପର୍ୟ୍ୟନ୍ତ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ଲୋକସଭାରେ ଧାରା ୩୭୦ ଉଚ୍ଛେଦ ପୂର୍ବରୁ କେତେ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସେ ଲିଖିତ ଭାବରେ ପ୍ରଶ୍ନର ଉତ୍ତର ରଖିଛନ୍ତି । ସେଥିରେ ସେ କହିଛନ୍ତି ଯେ, ଆର୍ଟିକିଲ୍ ୩୭୦ ଉଚ୍ଛେଦ ପୂର୍ବରୁ ଜାମ୍ମୁ କାଶ୍ମୀର ଗଭୀର ଭାବେ ଆତଙ୍କବାଦର ଶିକାର ହୋଇଛି । ୧୯୮୯ରୁ ୫ ଅଗଷ୍ଟ ୨୦୧୯ ମଧ୍ୟରେ ୫,୮୮୬ଜଣ ଯବାନ ସହିଦ୍ ହୋଇଥିବା ଏହି ତଥ୍ୟରୁ ଜଣାପଡ଼ିଥିବା ବେଳେ ସହିଦ୍ ଯବାନଙ୍କ ପରିବାରକୁ ନିୟମ ମୁତାବକ ଅନୁକମ୍ପା ରାଶି ଦିଆଯାଇଥିବା ମଧ୍ୟ ଏଥିରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.