fbpx

ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟରେ ମୁସଲିମ୍ ପକ୍ଷ କଲେ ଏପରି ଦାବୀ, ତୁରନ୍ତ ମାନିଗଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଜ୍ଞାନବ୍ୟାପି ମାମଲାରେ ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ବେଞ୍ଚରେ ଶୁଣାଣୀ ହୋଇଛି । ଜ୍ଞାନବ୍ୟାପି ମାମଲାରେ ମୁସଲିମ୍ ପକ୍ଷ ଆହ୍ଲାବାଦ ହାଇକୋର୍ଟଙ୍କ ୧୯ ଡିସେମ୍ବର ଆଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆହ୍ଲାବାଦ ହାଇକୋର୍ଟ ମୁସଲିମ୍ ପକ୍ଷର ୫ ଯାଚିକାକୁ ଖାରଜ କରିଦେଇଥିଲେ । ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ସେହି ଆଦେଶ ବିରୁଦ୍ଧରେ ଜ୍ଞାନବ୍ୟାପି ମସଜିଦ୍ ସମିତିର ଯାଚିକା ଉପରେ ଶୁଣାଣୀ କରିବା ଲାଗି ସହମତ ହୋଇଛନ୍ତି ଯେଉଁଥିରେ କୁହାଯାଇଥିଲା କି ମନ୍ଦିରର ପୁନଃଉଦ୍ଧାର ସମ୍ବନ୍ଧରେ ଶୁଣାଣୀ ହେବା ଯୋଗ୍ୟ । ଯେତେବେଳେ ଶୁଣାଣୀ ଚାଲିଥିଲା ସେତେବେଳେ ମୁସଲିମ୍ ପକ୍ଷ ଏପରି ଦାବୀ କରିଥିଲେ ଯାହା ଉପରେ ସୁପ୍ରିମକୋର୍ଟ ନିଜର ସହମତି ପ୍ରକାଶ କରିଥିଲେ ।

ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣୀ ଚାଲିଥିବା ବେଳେ ମୁସଲିମ୍ ପକ୍ଷରୁ ହୁଜେଫା କହିଥିଲେ, ଏହା ଏକ ପୁରୁଣା ମାମଲା । ଏଠାରେ ଅନ୍ୟ ଯାଚିକା ସବୁକୁ ତାଲିକାଭୁକ୍ତ କରାଯାଇନାହିଁ । ତେଣୁ ସମସ୍ତ ଯାଚିକାର ଏକ ସଙ୍ଗେ ଶୁଣାଣୀ କରାଯିବା ଉଚିତ । ଏହାପରେ ହୁଜେଫା ଅହମଦୀ ସୁପ୍ରିମକୋର୍ଟରେ ଶୁଣାଣୀ ସ୍ଥଗିତ ରଖିବାକୁ ଦାବୀ କରିଥିଲେ ।  ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷ ଦାବୀରେ ସହମତି ପ୍ରକାଶ କରିଥିଲେ ଓ କହିଥିଲେ ଆମେ ମୂଳ ବିବାଦ ସହ ସମସ୍ତ ଯାଚିକାର ଏକ ସଙ୍ଗେ ଶୁଣାଣୀ କରିବୁ । ଏହାପରେ ମାମଲାର ଶୁଣାଣୀ ସ୍ଥଗିତ କରିଦିଆଯାଇଥିଲା ।

Get real time updates directly on you device, subscribe now.