fbpx

(Video) ପିଏମ ମୋଦୀଙ୍କ ଘରକୁ ଆସିଲା ନୂଆ ଅତିଥି! ଭିଡିଓ ସେୟାର କରି ଦେଲେ ନାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରକୁ ଏକ ନୂତନ ଅତିଥି ଆସିଛି। ଏହି ଅତିଥି ମଣିଷ ନୁହଁନ୍ତି ବରଂ ଏକ ନିରୀହ ବାଛୁରୀ । ଶନିବାର (ସେପ୍ଟେମ୍ବର ୧୪, ୨୦୨୪), ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ଏହି ସୂଚନା ଜାରି କରିଛନ୍ତି।

ପିଏମ ମୋଦୀ ସେୟାର କରିଥିବା ୪୨ ସେକେଣ୍ଡର ଭିଡିଓରେ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିବା ନୂତନ ଅତିଥିଙ୍କୁ ଖେଳାଉଥିବା ଦେଖିବାକୁ ମିଳିଛି, ଯାହାକୁ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କୋଳରେ ଗେଲ କରୁଥିବାର ନଜର ଆସିଥିଲେ। ଭିଡିଓ କ୍ଲିପ୍ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ, ଏହା ଆମ ଶାସ୍ତ୍ରରେ କୁହାଯାଇଛି – ଗାୟ: ସର୍ଭସୁଖ ପ୍ରଦା: ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ପରିବାରରେ ଜଣେ ନୂତନ ସଦସ୍ୟର ଶୁଭ ଆଗମନ ହୋଇଛି।

ଏହି ପୋଷ୍ଟରେ ଆହୁରି ଲେଖାଥିଲା, “ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରିୟ ଗୋ ମାତା ଏକ ନୂତନ ବାଛୁରୀ ଜନ୍ମ ଦେଇଛି, ଯାହାର କପାଳରେ ଆଲୋକର ପ୍ରତୀକ ରହିଛି। ତେଣୁ ମୁଁ ଏହାର ନାମ ‘ଦୀପଜ୍ୟୋତି’ ରଖିଛି।” ଦେଖନ୍ତୁ, ପ୍ରଧାନମନ୍ତ୍ରୀ ବାଛୁରୀ ସହ କିପରି ଖେଳୁଛନ୍ତି ।

Get real time updates directly on you device, subscribe now.