fbpx

ପ୍ରକୃତିର କରିସ୍ମା, ୫୨ ଡିଗ୍ରୀ ତାପମାତ୍ରାରେ ଜଳୁଥିଲା ଦିଲ୍ଲୀ, ଅଚାନକ ବର୍ଷା ଓ ତୋଫାନ ଆଣିଦେଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ତାପମାତ୍ରା ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି । ରାଷ୍ଟ୍ରୀୟ ରାଜଧାନୀର ତାପମାତ୍ରା ଆଜି ୫୨ ଡିଗ୍ରୀ ସେଲସିୟସ ଟପିଯାଇଥିଲା । ପ୍ରଚଣ୍ଡ ରୌଦ୍ରତାପରେ ଦିଲ୍ଲୀ ଜଳୁଥିବା ବେଳେ ହଠାତ୍ ପ୍ରକୃତିର କରିସ୍ମା ଦେଖିବାକୁ ମିଳିଥିଲା । ହଠାତ୍ କଳାହାଣ୍ଡିଆ ମେଘ ଦିଲ୍ଲୀ ଆକାଶରେ ଘୋଟି ଆସିଥିଲା ଓ ଝମ୍ ଝମ୍ ବର୍ଷାରେ ଦିଲ୍ଲୀକୁ ଭିଜାଇ ଦେଇଥିଲା । ଏହି ବର୍ଷା ଏବେ ଦିଲ୍ଲୀବାସୀଙ୍କୁ ବେଶ୍ ଆଶ୍ୱସ୍ତି ଆଣି ଦେଇଛି । ଏହା ପୂର୍ବରୁ ଦିଲ୍ଲୀର ମୁଙ୍ଗେଶପୁରରେ ତାପମାତ୍ରା ୫୨.୩ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚିଯାଇଥିଲା । ଏହା ପୂର୍ବରୁ ପାଣିପାଗ ବିଭାଗ କହିଥିଲା କି ଆଗାମୀ ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

ଦିଲ୍ଲୀ ଏନସିଆରରେ ଅଚାନକ କିଛି ସ୍ଥାନରେ ପାଗ ପରିବର୍ତ୍ତନ ପରେ ଲୋକଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ସହିତ ନୋଏଡାରେ ବି ବର୍ଷା ହୋଇଯିବା ଫଳରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏଠାରେ ଲୋକମାନେ ବର୍ଷାର ଆନନ୍ଦ ଉଠାଇବାକୁ ରାସ୍ତା ଉପରକୁ ଚାଲି ଆସିଥିବା ନଜର ଆସିଥିଲେ ।

Get real time updates directly on you device, subscribe now.