fbpx

PMJKAY ବୃଦ୍ଧି ଦାବିରେ ମୋଦୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବା PMJKAYବୃଦ୍ଧି ପ୍ରସ୍ତାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବରରେ ଶେଷ ହେଉଥିବା PMJKAYକୁ ଆଉ ୮ ମାସ ବୃଦ୍ଧି କରିବାକୁ ଚିଠିରେ ଉଲ୍ଲେଖ ରହିଛି । କରୋନା ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଟଳି ନଥିବାରୁ PMJKAY ବୃଦ୍ଧି ହେଉ ବୋଲି ପ୍ରସ୍ତାବ ଦେଇଛନ୍ତି ନବୀନ । ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ଥିବା ନବୀନ ଜଣାଇଛନ୍ତି । ୭ ମାସ ଧରି PMJKAYରେ ମାଗଣା ରାସନ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ନଭେମ୍ବର ୫ ସୁଦ୍ଧା ଏନଏଫଏସଏ ହିତାଧୀକାରୀ ୭ ମାସର ମାଗଣା ରାସନ ପାଇ ସାରିଛନ୍ତି ।

Get real time updates directly on you device, subscribe now.