fbpx

କ୍ରୁଜରେ ଆଜି ପୁଣି ଏନସିବିର ଚଢ଼ାଉ, ମିଳିଲା Meow Meow ଡ୍ରଗ୍ସ; ହେପାଜତରେ ୮ ଜଣ

Advertisement

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୋମବାର ଦିନ ପୁଣିଥରେ କ୍ରୁଜ୍ ଉପରେ ଚଢ଼ାଉ କରିଥିଲା । ଆଜି ସକାଳୁ ପୁଣିଥରେ ଏନସିବି ଉକ୍ତ କ୍ରୁଜରେ ରେଡ୍ କରିଥିଲେ । ଏଥିରେ ଅଧିକାରୀ ମାନଙ୍କୁ ବିପୁଳ ମାତ୍ରାରେ ଡ୍ରଗ୍ସ ଜବତ ହୋଇଥିଲା । ଏହାପରେ ୮ଜଣଙ୍କୁ ହେପାଜତକୁ ନିଆଯାଇଛି । ଏପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି । ତେବେ ପୂର୍ବରୁ ଏହି କ୍ରୁଜ୍ ରୁ ୪ ପ୍ରକାର ଡ୍ରଗ୍ ମିଳିଥିବା ବେଳେ ଆଜି ଆଉ ଏକ ଡ୍ରଗ୍ସ ମିଳିଛି । ଯାହାକୁ Mepehdrone(Meow Meow) ଡ୍ରଗ୍ସ ବୋଲି କୁହାଯାଏ ।

ସୂଚନା ଅନୁସାରେ, କ୍ରୁଜରୁ ଏନସିବି ଅଧିକାରୀ ମାନେ କିଛି ଲୋକଙ୍କୁ ହେପାଜତକୁ ନେଇଛି । ଏମାନଙ୍କ ସହିତ ମୁମ୍ବାଇ ଏନସିବି ଜୋନାଲ ହେଡ୍ ସମୀର୍ ୱାଙ୍ଖଡେ ମଧ୍ୟ ଏକ ଗାଡ଼ିରେ ରହିଥିଲେ । ସମସ୍ତଙ୍କୁ ଏନସିବି ଅଫିସ୍ କୁ ଅଣାଯାଇଛି । ଏହା ପୂର୍ବରୁ ଏନସିବି ହେପାଜତକୁ ନେଇଥିବା ଶ୍ରେୟାସ ନାୟର୍ ଏମଡି ପିଲ୍ସ ସପ୍ଲାଏ କରୁଥିଲା । ତେବେ କ୍ରୁଜ୍ ପାର୍ଟିରେ ଥିବା ସମସ୍ତ ୧୮୦୦ ଜଣ ଲୋକଙ୍କ ସୂଚନା ମିଳିସାରିଛି । ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ନାମକୁ ଲିଷ୍ଟ କରାଯାଇଛି । ଯେଉଁ ମାନଙ୍କୁ ଏନସିବି ପଚରାଉଚରା ପାଇଁ ଡାକିପାରେ ।

Get real time updates directly on you device, subscribe now.